ମନ୍ଦିର ପୁନଃନିର୍ମାଣରେ ୧,୮୦୦ କୋଟି ବ୍ୟୟ

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦ ଠାରୁ ୮୦ କିଲୋମିଟ ଦୂରରେ ଥିବା ୟଦାଦ୍ରିର ଶ୍ରୀ ଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରର ପୁନଃନିର୍ମାଣରେ ୧୮୦୦ କୋଟି ଟଙ୍କା ବ୍ୟୟ କରାଯାଇଛି। ମନ୍ଦିରରେ ଲାଗିଥିବା ଏକ ସ୍ବତନ୍ତ୍ର କବାଟରେ ୧୨୫ କେଜିର ସୁନା ବ୍ୟବହାର କରାଯାଇଛି। ଏଥିପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ସମେତ ବହୁ ବ୍ୟକ୍ତି ସୁନା ଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ରାଓଙ୍କ ପରିବାର ଦେଢ଼ କେଜି ସୁନା ଦେଇଥିଲେ। ମନ୍ଦିର ପୁନଃନିର୍ମାଣ କାର୍ଯ୍ୟରେ ସିମେଣ୍ଟ୍‌ ବ୍ୟବହାର କରାଯାଇନାହିଁ। ପ୍ରାୟ ଅଢ଼େଇ ଲକ୍ଷ ଟନ୍‌ର ଗ୍ରାନାଇଟ୍‌କୁ ବ୍ୟବହାର କରାଯାଇଛି ଯାହାକୁ ଆନ୍ଧ୍ରପ୍ରଦୋର ପ୍ରକାଶମ୍‌ରୁ ସଂଗ୍ରହ କରାଯାଇଥିଲା। ମନ୍ଦିର ପ୍ରବେଶ ଦ୍ବାରରେ ରହିଥିବା କବାଟକୁ ତମ୍ବାରେ ନିର୍ମାଣ କରାଯାଇଥିବା ବେଳେ ସେଥିରେ ସୁନା ମଧ୍ୟ ବ୍ୟବହାର କରାଯାଇଛି।

ସମ୍ବନ୍ଧିତ ଖବର