ଭୁବନେଶ୍ୱର: ସିଏସ୍ଆର୍ ବା ସମାଜ ମଙ୍ଗଳ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଶିଳ୍ପ ସଂସ୍ଥାଗୁଡ଼ିକ ମଧ୍ୟରେ ଯଥେଷ୍ଟ ଆଗ୍ରହ ଦେଖାଦେଇଛି। ୨୦୧୫ରେ ସିଏସଆର ବାବଦରେ ୧୦ ହଜାର କୋଟିର ବଜେଟ ଥିବାବେଳେ ୨୦୧୯ରେ ତାହା ୧୯ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ରାଜ୍ୟର ପ୍ରମୁଖ ଶିଳ୍ପସଂସ୍ଥା ପକ୍ଷରୁ ଆୟୋଜିତ ଏକ ରାଜ୍ୟସ୍ତରୀୟ ସିଏସ୍ଆର୍ ସମ୍ମିଳନୀରୁ ଏହା ଜଣାପଡ଼ିଛି। ମଙ୍ଗଳବାର ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ସମ୍ମିଳନୀକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସି ଜେ ଭେନୁଗୋପାଳ ମୁଖ୍ୟ ଅତିଥି, ବେଦାନ୍ତର ଆବାସିକ ନିର୍ଦ୍ଦେଶକ ତପନ ଚାନ୍ଦ ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ। ଶ୍ରୀ ଚାନ୍ଦ ଏହି ଅବସରରେ କହିଛନ୍ତି ଯେ ସିଏସଆଇ ପାଇଁ ଆଇନଗତ ବ୍ୟବସ୍ଥା ହେବାଫଳରେ ଏହାରା ବଜେଟ୍ ଦ୍ବିଗୁଣିତ ହୋଇପାରିଛି। ଶିଳ୍ପପତିଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ବଢ଼ିଛି। ସମ୍ମିଳନୀରେ ୱାଲେଟ ଫର୍ ୱେଲ୍ଥର ଏମଡି ତ୍ରିନାଥ ଲେଙ୍କା, ଇକୋ ଟୁରିଜିମ ସଂଗଠନର ସୁଧାର ରାଓ ପ୍ରମୁଖ ଯୋଗଦେଇଥିଲେ। ଦାମନଯୋଡ଼ିରେ ୱାଲେଟ ଫର ୱେଲଥର ଷଷ୍ଠ ଶାଖା ଖୋଲା ଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ମୁନମୁନ ସିଂ, ଅମିତ ସିଂ ଏବଂ ବେଦାନ୍ତର ପୀୟୂଷ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। ବେଦାନ୍ତ,ଜେଏସ୍ପିଏଲ୍, ଜେଏସ୍ଡବ୍ଲ୍ୟୁ, ଏମ୍ସିଏଲ୍, ଏଚ୍ଏଏଲ୍, ଆର୍ସେଲର ମିତ୍ତଲ, ହିଣ୍ଡାଲକୋ-ଉତ୍କଳ ଆଲୁମିନା, ଟିପିସିଓଡିଏଲ, ଡାଲମିଆଁ ସିମେଣ୍ଟ, ନାଲ୍କୋ, ଫାକର୍, ଟାଟା ଷ୍ଟିଲ ଭଳି ଶିଳ୍ପ ସଂସ୍ଥା ଏବଂ ସିଆଇଆଇ ଓ ୟୁସିସିଆଇ ଭଳି ଶିଳ୍ପସଂଘର କର୍ମକର୍ତ୍ତା ଓ ଅଧିକାରୀ ଏଥିରେ ଅଂଶଗ୍ରହଣ କରିଥିଲେ।
୧୯ ହଜାର କୋଟିକୁ ବଢ଼ିଛି ସିଏସ୍ଆର୍ ବଜେଟ୍
/sambad/media/post_attachments/wp-content/uploads/2022/04/59d4984d9gdagdgdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)