ଭୁବନେଶ୍ବର: ରେନୋ ଇଣ୍ଡିଆ ଆଜି ଏହାର ବହୁ ପ୍ରତିକ୍ଷୀତ ଏସ୍ୟୁଭି କାଇଗର୍ ଉପରୁ ପରଦା ଉଠାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏହି ଗାଡ଼ିକୁ ସାରା ବିଶ୍ବରେ ପ୍ରଦର୍ଶିତ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଥିବା କଂପାନିର ଡିଲର୍ସିପ୍ରେ ସେହି କାର୍ଯ୍ୟକ୍ରମର ସିଧାପ୍ରସାରଣ ହୋଇଥିଲା। ରେନୋ ଭୁବନେଶ୍ବରରେ ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ରେନୋ ଭୁବନେଶ୍ବରର ଏମ୍ଡି ସତୀଶ ଗର୍ଗ, ନିର୍ଦେଶକ ସିଦ୍ଧାର୍ଥ ଗର୍ଗ ଓ ଏରିଆ ମ୍ୟାନେଜର ରୋହିତ ବଟ୍ଟା ଉପସ୍ଥିତ ଥିଲେ।
ନୂଆଦିଲ୍ଲୀରେ ରେନୋ ଇଣ୍ଡିଆର ଏମ୍ଡି ଓ କଣ୍ଟ୍ରି ସିଇଓ ଭେଙ୍କଟରାମ ମାମିଲାପାଲେ କାଇଗର୍କୁ ଉନ୍ମୋଚନ କରିଥିଲେ। କାଇଗର୍ରେ ରହିଛି ୩ ସିଲିଣ୍ଡର ୧.୦ ଟର୍ବୋଚାର୍ଜଡ୍ ୯୯୯ ସିସିର ପେଟ୍ରୋଲ୍ ଇଞ୍ଜିନ, ୫ ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ଓ ୪୦ ଲିଟରର ଇନ୍ଧନ ଟାଙ୍କି। ଏହା ସିଭିଟି ଓ ଅଟୋମେଟିକ୍ ଭାରିଆଣ୍ଟ୍ରେ ମଧ୍ୟ ଉପଲବ୍ଧ ହେବ। ପ୍ରଥମେ ଏହି ଗାଡ଼ି ଭାରତୀୟ ବଜାରରେ ବିକ୍ରି ହେବ ଓ ପରବର୍ତୀ ସମୟରେ ଅନ୍ୟ ଦେଶକୁ ପଠାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/f56h456sf4h56fs4hfs46.jpg)