ନୂଆଦିଲ୍ଲୀ: ଜାତୀୟ ସାଇବର୍ ନିରାପତ୍ତା ଏଜେନ୍ସି ସିଇଆର୍ଟି-ଇନ୍ ‘ଡାମ୍’ ନାମକ ଏକ ଆଣ୍ଡ୍ରଏଡ୍ ଫୋନ୍ ଭାଇରସ୍ ବିଷୟରେ ଲୋକମାନଙ୍କୁ ସତର୍କ କରିଛି ଯାହା ଫୋନ୍ର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରୁଛି। କଲ୍ ରେକର୍ଡଠାରୁ ଆରମ୍ଭ କରି କଣ୍ଟାକ୍ଟ, ହିଷ୍ଟ୍ରି ଓ କ୍ୟାମେରା ଆଦିକୁ ଏହା ବ୍ୟବହାର କରିପାରୁଛି। ଆଣ୍ଟିଭାଇରସ୍କୁ ଏହା ଅତି ସହଜରେ ଏଡ଼ାଇଯାଉଛି। ତୃତୀୟ ପକ୍ଷ କିମ୍ବା ଅସୁରକ୍ଷିତ ୱେବସାଇଟ୍ରୁ ଡାଉନ୍ଲୋଡ୍ ଜରିଆରେ ଏହି ଭାଇରସ୍ ଫୋନ୍ରେ ପ୍ରବେଶ କରୁଛି। ଏହି ଭାଇରସ୍ଠାରୁ ସୁରକ୍ଷିତ ରହିବା ଲାଗି ଅସୁରକ୍ଷିତ, ଅଜଣା, ସନ୍ଦେହଜନକ ଓ ବିପଜ୍ଜନକ ୱେବସାଇଟ୍ରୁ ଡାଉନ୍ଲୋଡ୍ ନକରିବା ଏବଂ ଅଜଣା ଲିଙ୍କ୍ ନଖୋଲିବାକୁ ଏଜେନ୍ସି ପକ୍ଷରୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।