ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣ ପତ୍ର ଦାଖଲର ଅବଧିକୁ ଆସନ୍ତା ଫେବ୍ରୁଆରି ୨୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। କରୋନା ମହାମାରୀ ଯୋଗୁ ପେନସନଭୋଗୀମାନେ ଜୀବନ ପ୍ରମାଣ ପତ୍ର ଦାଖଲ କରିବାରେ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ପେନସନଭୋଗୀମାନେ ନଭେମ୍ବର ୩୦ ସୁଦ୍ଧା ଜୀବନ ପ୍ରମାଣ ପତ୍ର ଦାଖଲ କରିଥାନ୍ତି। ପ୍ରମାଣପତ୍ର ଜାରି ହୋଇଥିବା ଦିନଠାରୁ ବର୍ଷେ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଥାଏ। ଚଳିତ ନଭେମ୍ବର ୩୦ ସୁଦ୍ଧା ଜୀବନ ପ୍ରମାଣପତ୍ର ଦାଖଲ କରି ନପାରିଲେ ଆସନ୍ତା ଫେବ୍ରୁଆରି ପର୍ଯ୍ୟନ୍ତ ପେନସନ ମିଳିବ ବୋଲି କୁହାଯାଇଛି।
ଇପିଏଫ୍ ପେନସନ ଭୋଗୀଙ୍କ ଜୀବନ ପ୍ରମାଣପତ୍ର ଦାଖଲ ଅବଧି ଫେବ୍ରୁଆରି ୨୮ ଯାଏଁ ବଢ଼ିଲା
/sambad/media/post_attachments/wp-content/uploads/2020/11/epfo1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)