ସାନ୍ ଫ୍ରାନସିସ୍କୋ: ଇଣ୍ଟେଲ କର୍ପୋରେସନର ସହ ପ୍ରତିଷ୍ଠାତା ଗର୍ଡନ ମୋରେଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେମିକଣ୍ଡକ୍ଟର ଶିଳ୍ପର ଅଗ୍ରଦୂତ ଭାବେ ମୋରେ ଜଣାଶୁଣା। ହାୱାଇସ୍ଥିତ ଘରେ ମୃତ୍ୟୁ ସମୟରେ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ। ୧୯୬୮ ମସିହାରେ ଇଣ୍ଟେଲର ସ୍ଥାପନ କରାଯାଇଥିଲା।
ସାନ୍ ଫ୍ରାନସିସକୋ ବାସିନ୍ଦା ମୋରେ ୧୯୫୪ ମସିହାରେ ରସାୟନଶାସ୍ତ୍ର ଏବଂ ପଦାର୍ଥ ବିଜ୍ଞାନରେ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ସିଆଇଟି)ରୁ ପିଏଚଡି ହାସଲ କରିଥିଲେ। ଏହାପରେ ସେ ସକ୍ଲେ ସେମିକଣ୍ଡକ୍ଟର ଲାବୋରେଟୋରିରେ କାମ କରିଥିଲେ। ସେଠାରେ ସେ ରବର୍ଟ ନୋୟସେଙ୍କୁ ଭେଟିଥିଲେ। ପରେ ଦୁଇଜଣ ଯାକ ମିଶି ୧୯୬୮ ମସିହାରେ ବିଶ୍ବର ପ୍ରମୁଖ ଚିପ୍ କମ୍ପାନି ଇଣ୍ଟେଲ ସ୍ଥାପନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/65s4fh654fh5fhssfhfh.jpg)