ନୂଆଦିଲ୍ଲୀ: ପିସି ଜୁଏଲର ପକ୍ଷରୁ ନୂଆ ରୁପା ହୀରା ରାଖିକୁ ଉନ୍ମୋଚନ କରାଯାଇଛି। ଏହି ରାଖିଗୁଡ଼ିକୁ ପିସି ଜୁଏଲରର ଷ୍ଟୋର୍ରୁ କିମ୍ବା ଅନ୍ଲାଇନ୍ରେ ମଧ୍ୟ କିଣିହେବ। ହୀରା ଖଚିତ ଏହି ରୁପା ରାଖିଗୁଡ଼ିକୁ ଭାରତରେ ଥିବା ଗ୍ରାହକଙ୍କ ପ୍ରିୟଜନଙ୍କ ପାଖକୁ କଂପାନି ପଠାଇପାରିବ। ଏହା ସେମାନଙ୍କୁ ବହୁତ ପସନ୍ଦ ଆସିବ ବୋଲି କଂପାନି ଦାବି କରୁଛି। ଏହି ରାଖିଗୁଡ଼ିକୁ ଫେସନ୍ ଆକ୍ସେସୋରିଜ୍ ଯଥା ବ୍ରୋଚ୍ କିମ୍ବା ଲାପେଲ୍ ପିନ୍ ଭାବେ ବ୍ୟବହାର କରିହେବ। ଏହି ରାଖିରେ କେବଳ ଏକ ସେଫ୍ଟି ପିନ୍ ଲଗାଇ ତାହାକୁ ବ୍ରୋଚ୍ ଭାବେ ବ୍ୟବହାର କରିହେବ। ଏହି ସ୍ବତନ୍ତ୍ର ରୁପା ହୀରା ରାଖିଗୁଡ଼ିକର ମୂଲ୍ୟ ୪୦୦ ଟଙ୍କାରୁ ଆରମ୍ଭ ହୋଇ ୪୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି।
‘ପିସି ଜୁଏଲର୍’ର ହୀରା ଖଚିତ ରୁପା ରାଖି
/sambad/media/post_attachments/wp-content/uploads/2020/07/djdjdg9j87dg98j79j8dg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)