ଭୁବନେଶ୍ବର: କରୋନା ଭୂତାଣୁ ମୁକାବିଲା ଲାଗି ଲକ୍ଡାଉନ୍ ଘୋଷଣା କରାଯାଇଥିବାରୁ ଗରିବ ଲୋକମାନଙ୍କ ଜୀବନଜୀବିକା ନେଇ ବିପଦ ସୃଷ୍ଟି ହୋଇଛି। ଏଭଳି ସଙ୍କଟମୟ ସ୍ଥିତିର ମୁକାବିଲା ଲାଗି ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍) ରାଶି ବ୍ୟବହାର କରିବାକୁ ପ୍ରହାର ନାମକ ଜାତୀୟ ସ୍ତରର ଏକ ବେସରକାରୀ ସଂଗଠନ ସରକାରଙ୍କୁ ପ୍ରସ୍ତାବ ଦେଇଛି। କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅନୁଯାୟୀ, ୨୦୨୦ ଜାନୁଆରି ୩୧ ସୁଦ୍ଧା ୩୫,୯୨୫ କୋଟି ଟଙ୍କାର ଡିଏମ୍ଏଫ୍ ପାଣ୍ଠି ଆଦାୟ ହୋଇଥିଲା। ସେଥି ମଧ୍ୟରୁ ୩୫% (୧୨,୪୧୪ କୋଟି ଟଙ୍କା) ବ୍ୟୟ କରାଯାଇଥିବା ବେଳେ ଏବେବି ୨୩,୫୧୦ କୋଟି ଟଙ୍କା ବ୍ୟବହାର ନହୋଇ ପଡ଼ିରହିଛି। କୋଭିଡ୍-୧୯ ସଙ୍କଟ ଦେଖାଦେବା ପରେ ରାଜ୍ୟଗୁଡ଼ିକର ସ୍ବାସ୍ଥ୍ୟ ଓ ସଚେତନତା ସୃଷ୍ଟି ଜନିତ ଖର୍ଚ୍ଚ ବହୁତ ବଢ଼ିଯାଇଛି। ରାଜ୍ୟଗୁଡ଼ିକ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଛନ୍ତି। ଏହି ସମସ୍ୟାର ସମାଧାନ ଲାଗି ଡିଏମ୍ଏଫ୍ ପାଣ୍ଠି ବିନିଯୋଗ କରିବା ଉପରେ କିଛି ଦିନ ତଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ବାରୋପ କରିଥିଲେ। ଖଣିଜ ଅଧିନିୟମ ମୁତାବକ ଡିଏମ୍ଏଫ୍ ପାଣ୍ଠିର ୬୦ ପ୍ରତିଶତ ଅର୍ଥ ପ୍ରମୁଖ କ୍ଷେତ୍ରରେ ଏବଂ ବଳକା ୪୦ ପ୍ରତିଶତ ଅର୍ଥକୁ ଅନ୍ୟାନ୍ୟ ପ୍ରମୁଖ କ୍ଷେତ୍ରରେ ବ୍ୟବହାର କରିବାର ବ୍ୟବସ୍ଥା ରହିଛି। ଡିଏମ୍ଏଫ୍ ପାଣ୍ଠିର ୬୦ ପ୍ରତିଶତ ଅର୍ଥ ଖଣି ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ କଲ୍ୟାଣ ପାଇଁ ବ୍ୟବହାର କରାଯାଉଛି। ବଳକା ପାଣ୍ଠିକୁ ରାଜ୍ୟ ସାରା ବ୍ୟବହାର କରିବାର ବ୍ୟବସ୍ଥା ରହିଛି। ଡିଏମ୍ଏଫ୍ ପାଣ୍ଠି ଆଦାୟ କରିବାରେ ଅନ୍ୟ ଖଣିଜ ସମ୍ପଦ ଭରା ରାଜ୍ୟଗୁଡ଼ିକ ଠାରୁ ଓଡ଼ିଶା ଆଗରେ ରହିଛି। ଡିଏମ୍ଏଫ୍ ପାଣ୍ଠି ଖୁର୍ଚ୍ଚ କରିବାରେ ଛତିଶଗଡ଼ ଆଗରେ ରହିଛି। ଏହି ରାଜ୍ୟ ୩୩୫୯ କୋଟି ଟଙ୍କା ବ୍ୟୟ କରି ଏକ ନମ୍ବର ସ୍ଥାନରେ ରହିଛି। ଦ୍ବିତୀୟରେ ୨୭୯୪ କୋଟି ଟଙ୍କା ଖର୍ଚ୍ଚ କରି ଓଡ଼ିଶା ରହିଥିବା ବେଳେ ଝାଡ଼ଖଣ୍ଡ ୨୪୦୯ କୋଟି ଟଙ୍କା ସହ ତୃତୀୟ ସ୍ଥାନରେ ରହିଛି।
ଜିଲ୍ଲା ଖଣିଜ ପାଣ୍ଠିରେ ପଡ଼ିରହିଛି ୨୩ ହଜାର କୋଟି, ଜୀବିକା ସୁରକ୍ଷା ପାଇଁ ବ୍ୟବହାର କରିବାକୁ ଆହ୍ବାନ
/sambad/media/post_attachments/wp-content/uploads/2019/12/money.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)