ନୂଆଦିଲ୍ଲୀ: ବ୍ରିଟେନର କରୋନା ଷ୍ଟ୍ରେନ୍ ଭାରତରେ ୬ ଜଣଙ୍କ ଠାରେ ଠାବ ହୋଇଛି। ପୂର୍ବରୁ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ବ୍ରିଟେନକୁ ବିମାନ ଚଳାଚଳ ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଆଜିର ଘଟଣା ପରେ ଏହି ଅବଧିକୁ ଆଉ କିଛିଦିନ ବଢ଼ାଇ ଦିଆଯିବାର ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ମଧ୍ୟ ଆଜି ସାମ୍ବାଦିକମାନଙ୍କୁ ଏଭଳି ସୂଚନା ଦେଇଛନ୍ତି। ଆଉ କିଛିଦିନ ପାଇଁ ବ୍ରିଟେନକୁ ବିମାନ ଚଳାଚଳ ସ୍ଥଗିତ ରହିବା ନେଇ ସେ ଅନୁମାନ କରିପାରୁଛନ୍ତି ବୋଲି କହିଛନ୍ତି। ବ୍ରିଟେନ ଏବଂ ଅନ୍ୟଦେଶରୁ ଆସିଥିବା ଯାତ୍ରୀମାନଙ୍କ ଉପରେ ନଜର ରଖିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ନୂଆ କରୋନା ଷ୍ଟ୍ରେନ୍କୁ ଚିହ୍ନଟ କରିବା ପାଇଁ ବିଦେଶ ଫେରନ୍ତା ଯାତ୍ରୀମାନଙ୍କର ଜିନୋମ ସ୍ବିକେନ୍ସିଂ ଭଳି କାର୍ଯ୍ୟ କରାଯାଉଛି। ତେବେ ନୂଆ ଷ୍ଟ୍ରେନ୍ ଠାବ ହେବା ପରେ ଘରୋଇ ବିମାନ ଚଳାଚଳ ବ୍ୟାହତ ହୋଇନାହିଁ । ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ବାଭାବିକ ହେବା ଦୁଇଟି ପ୍ରସଙ୍ଗ ଯଥା କରୋନା ଭୂତାଣୁ କିଭଳି ରୂପ ନେଉଛି ଏବଂ କେବେଠାରୁ ଟିକା ଦିଆଯିବା ଆରମ୍ଭ ହେଉଛି ଉପରେ ନିର୍ଭର କରୁଛି ବୋଲି ସେ କହିଛନ୍ତି।
ବ୍ରିଟେନକୁ ବିମାନ ଉଡ଼ାଣ ସ୍ଥଗିତ ଅବଧି ବଢ଼ିପାରେ
/sambad/media/post_attachments/wp-content/uploads/2020/12/flight.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)