ନୂଆଦିଲ୍ଲୀ: ଚଳିତ ମାସ ୧ ତାରିଖରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ସଦସ୍ୟମାନଙ୍କ ଖାତାରେ ୨୦୨୦-୨୧ ଆର୍ଥିକ ବର୍ଷର ସୁଧ ରାଶି ଜମା ହେବା ପ୍ରକ୍ରିୟା ଆରମ୍ଭ କରିଛି। ଏହି ବର୍ଷ ଲାଗି ୮.୫% ସୁଧ ଦିଆଯାଉଛି। ସଦସ୍ୟମାନେ ଇପିଏଫ୍ଓ କାର୍ଯ୍ୟାଳୟ ପରିଦର୍ଶନ ନକରି ମଧ୍ୟ ଖାତା ବାଲାନ୍ସ ଜାଣିପାରିବେ। ସଦସ୍ୟମାନେ ୭୭୩୮୨୯୯୮୯୯କୁ ‘EPFOHO UAN ENG' ଫର୍ମାଟ୍ରେ ଏସ୍ଏମ୍ଏସ୍ ପଠାଇ ଖାତା ବାଲାନ୍ସ ଜାଣିପାରିବେ। ନିଜ ପସନ୍ଦର ଭାଷାର ପ୍ରଥମ ତିନିଟି ଅକ୍ଷରକୁ ଲେଖିବାକୁ ହେବ ଯେମିତି ଇଂରାଜି ପାଇଁ ENG ଲେଖାଯାଇଛି। ନିଜର ୟୁଏଏନ୍ ନମ୍ବର ମଧ୍ୟ ଦେବାକୁ ପଡ଼ିବ। ଇଂରାଜି ବ୍ୟତୀତ ସଦସ୍ୟମାନେ ହିନ୍ଦୀ, ବଙ୍ଗାଳି, ତାମିଲ, ମରାଠି, ଗୁଜରାଟି, କନ୍ନଡ଼, ପଞ୍ଜାବୀ, ତେଲୁଗୁ ଓ ମାଲାୟାଲମ ଭାଷା ଚୟନ କରିପାରିବେ। ୟୁଏଏନ୍ ସହିତ ପଞ୍ଜୀକୃତ ଥିବା ମୋବାଇଲ୍ ନମ୍ବରରୁ ଏସ୍ଏମ୍ଏସ୍ ପଠାଇବାକୁ ପଡ଼ିବ। ଏହି ମେସେଜ୍ ପଠାଇବା ପରେ ଇପିଏଫ୍ଓ ପକ୍ଷରୁ ଖାତା ବିବରଣୀ ସମେତ ଶେଷ ଥର ଲାଗି ଆସିଥିବା ଅବଦାନର ସୂଚନା ଦିଆଯିବ। ଏହା ବ୍ୟତୀତ ଇପିଏଫ୍ଓ ୱେବସାଇଟ୍, ମିସ୍ଡ କଲ୍ ଓ ଉମଙ୍ଗ୍ ଆପ୍ ଜରିଆରେ ମଧ୍ୟ ସଦସ୍ୟମାନେ ଖାତା ବାଲାନ୍ସ ଜାଣିପାରିବେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp