ନୂଆଦିଲ୍ଲୀ: ଅଟୋମୋବାଇଲ କ୍ଷେତ୍ରରେ ଭାରତର ଉଦ୍ଭାବନକୁ ମାରୁତି ସୁଜୁକି ବିଶ୍ବସ୍ତରକୁ ନେଇଛି। ପରିବେଶରୁ ଅଙ୍ଗାରକାମ୍ଳ ହ୍ରାସ ଏବଂ ନିରନ୍ତର ଗମନାଗମନ ଯାତ୍ରା କ୍ଷେତ୍ରରେ ମାରୁତି ସୁଜୁକିର ଇ ଭିଟାରା ଏକ ବିରାଟ ଲମ୍ଫକୁ ସୂଚିତ କରୁଛି। କମ୍ପାନି ଏହି ଯାନକୁ ଏହାର ନୂଆ ହିୟରଟେକ୍-ଇ ପ୍ଲାଟଫର୍ମରେ ନିର୍ମାଣ କରିଛି। ଏହାର ପ୍ରଦର୍ଶନ ଅତି ଉତ୍ତମ। ଏଥିରେ ଭବିଷ୍ୟତର ଡିଜାଇନ ଏବଂ ପ୍ରିମିୟମ ଅଭିଜ୍ଞତା ମିଳିବ। ଯାତ୍ରୀ ସୁରକ୍ଷାକୁ ସର୍ବାଧିକ ଅଗ୍ରାଧିକାର ମଧ୍ୟ ଏଥିରେ ଦିଆଯାଇଛି।
୭ଟି ଏୟାରବ୍ୟାଗ୍ ସହିତ ଲେଭଲ୍ ୨ ଏଡିଏଏସ୍ ଏବଂ ପରବର୍ତ୍ତୀ ପିଢ଼ିର ସୁଜୁକି କନେକ୍ଟ ସୁବିଧା ରହିଛି, ଯେଉଁଥିରେ ୬୦ରୁ ଅଧିକ ସୁବିଧା ଅଛି। ଏଥିରେ ଥିବା ‘ଇ ଫର୍ ମି’ ଇକୋସିଷ୍ଟମ’ରେ ସ୍ମାର୍ଟ ହୋମ୍ ଚାର୍ଜ, ଡିଲରସିପ୍ରେ ଫାଷ୍ଟ୍ ଡିସି ଚାର୍ଜର, ସିମଲେସ୍ ଚାର୍ଜିଂ ପାଇଁ ଏକ ଆପ୍ ରହିଛି। ଭାରତରେ ନିର୍ମିତ ଏହି କାର୍ ଭାରତ ସମେତ ବିଶ୍ବର ୧୦୦ରୁ ଅଧିକ ଦେଶର ବଜାର ପାଇଁ ପ୍ରସ୍ତୁତ କରାଯାଇଛି। ନବସୃଜନ ଏବଂ ମେକ୍ ଇନ୍ ଇଣ୍ଡିଆ’ ଦୃଷ୍ଟିକୋଣ ପ୍ରତି କମ୍ପାନିର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି ବୋଲି ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ (ବିପଣନ ଓ ବିକ୍ରି) ପାର୍ଥ ବାନାର୍ଜୀ କହିଛନ୍ତି।