ମୁମ୍ବାଇ: ସ୍ବାଧୀନ ଭାରତର ପ୍ରଥମ ପର୍ଯ୍ୟାୟରେ ଯେଉଁ ନୋଟ୍ ପ୍ରଚଳନ ହୋଇଥିଲା ସେଥିପାଇଁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ପ୍ରଥମ ପସନ୍ଦ ନଥିଲା। ଯଦିଓ ପ୍ରାରମ୍ଭିକ ପର୍ଯ୍ୟାୟରେ ତାଙ୍କ ଫଟୋକୁ ନେଇ ଡିଜାଇନ୍ ପ୍ରସ୍ତୁତ ହୋଇଥିଲା, କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନଥିଲା। ୧୯୪୯ରେ ଆସିଥିବା ନୂଆ ଡିଜାଇନ୍‌ର ୧ ଟଙ୍କିଆ ନୋଟ୍‌ରେ ଗାନ୍ଧୀଙ୍କ ଫଟୋ ବଦଳରେ ସାରନାଥର ଅଶୋକ ସ୍ତମ୍ଭର ଫଟୋ ବ୍ୟବହାର କରାଯାଇଥିଲା। ୧୯୫୦ରୁ ୧୯୬୦ ପର୍ଯ୍ୟନ୍ତ ନୋଟ୍‌ରେ ହୀରାକୁଦ ନଦୀବନ୍ଧ, ଆଯ୍ୟଭଟ୍ଟ ଉପଗ୍ରହ, ବାଘ ଓ ହରିଣ ଭଳି ଫଟୋ ବ୍ୟବହାର କରାଯାଇଥିଲା।

Advertisment

୧୯୬୯ରେ ପ୍ରଥମ ଥର ଲାଗି ନୋଟ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ ବ୍ୟବହାର ହୋଇଥିଲା। ୧୯୯୬ରେ ରିଜର୍ଭ ବ୍ୟାଙ୍କ ମହାତ୍ମା ଗାନ୍ଧୀ ନୋଟ୍ ସିରିଜ୍ ଆରମ୍ଭ କରିଥିଲେ ଯେଉଁଥିରେ ୱାଟରମାର୍କ ଓ ସିକ୍ୟୁରିଟି ଥ୍ରେଡ୍‌ ଭଳି ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରାଯାଇଥିଲା। ଅନେକ ସମୟରେ ଫଟୋରେ ମା’ ଲକ୍ଷ୍ମୀ, ଭଗବାନ ଗଣେଶ, ଡ. ବି ଆର୍‌ ଆମ୍ବେଦକର, ଜବାହାରଲାଲ ନେହେରୁ, ସୁଭାଷ ଚନ୍ଦ୍ର ବୋଷ, ସର୍ଦାର ବଲ୍ଲଭଭାଇ  ପଟେଲଙ୍କ ଫଟୋ ବ୍ୟବହାର କରିବା ଲାଗି ମଧ୍ୟ ପ୍ରସ୍ତାବ ଆସିଥିଲା।