ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଥମ ଖେଳନା ମେଳାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ଖେଳନା ନିର୍ମାଣରେ ଗୋଟିଏ ପଟେ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଓ ଅନ୍ୟପଟେ ପରିବେଶ ଅନୁକୂଳ ସାମଗ୍ରୀ ଉପଯୋଗ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ମାତାମାନଙ୍କୁ ଆହ୍ବାନ କରିଛନ୍ତି। ଆତ୍ମ ନିର୍ଭର ଭାରତ ନିର୍ମାଣ ଦିଗରେ ଏହି ମେଳା ଏକ ପ୍ରମୁଖ ପଦକ୍ଷେପ। ଖେଳନା ନିର୍ମାଣ କ୍ଷେତ୍ରରେ ଭାରତକୁ ଆତ୍ମ ନିର୍ଭର ହେବାକୁ ପଡ଼ିବ। ସେହିଭଳି ନିର୍ମାତାମାନେ ଏଭଳି ଖେଳନା ତିଆରି କରନ୍ତୁ ଯାହା ଉଭୟ ପରିବେଶ ଏବଂ ମନୋବିଜ୍ଞାନ ପାଇଁ ଲାଭଦାୟକ। ଉତ୍ତମ ଖେଳନା ତିଆରି କରିବା ପାଇଁ ଭାରତରେ ପରମ୍ପରା, ପ୍ରଯୁକ୍ତିବିଦ୍ୟା, ଚିନ୍ତାଧାରା ଓ ଦକ୍ଷତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଏଥିସହିତ ବିଶ୍ବ ବଜାରରେ ମଧ୍ୟ ଭାରତରେ ନିର୍ମିତ ଖେଳନାକୁ ପହଞ୍ଚାଇବାକୁ ହେବ। ବିଶ୍ବର ୧୦୦ ବିଲିଅନ ଡଲାର ଖେଳନା ବଜାରରେ ଭାରତର ଅଂଶ ଖୁବ୍ କମ୍। କେବଳ ସେତିକି ନୁହେଁ ଭାରତ ଏହାର ମୋଟ ଖେଳନା ଆବଶ୍ୟକତାର ୮୫ ପ୍ରତିଶତ ବିଦେଶରୁ ଆମଦାନି କରୁଛି। ତେଣୁ ଏହି ସ୍ଥିତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ୪ ଦିନିଆ ଖେଳନା ମେଳା ଡିଜିଟାଲ ପ୍ଲାଟଫର୍ମରେ ଅନୁଷ୍ଠିତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/02/f564h65sh465sf4h65fsh456fshshffhssfhfhsfh.jpg)