ସେୟାର ବିକିବାକୁ ବାଧ୍ୟ ହେ‌ଲେ ବନ୍ଧନ ବ୍ୟାଙ୍କ ପ୍ରତିଷ୍ଠାତା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ନିୟମ ପାଳନ କରିବା ଲାଗି ବନ୍ଧନ ବ୍ୟାଙ୍କର ପ୍ରତିଷ୍ଠାତା ଚନ୍ଦ୍ରଶେଖର ଘୋଷ ନିଜ ସେୟାର ବିକିବାକୁ ବାଧ୍ୟ ହୋଇଛନ୍ତି। ତାଙ୍କ ପାଖରେ ବ୍ୟାଙ୍କର ୬୦.୯୫ ପ୍ରତିଶତ ସେୟାର ଥିଲା। ନିଜ ପାଖରେ ଥିବା ବ୍ୟାଙ୍କର ୨୦ ପ୍ରତିଶତରୁ ଅଧିକ ସେୟାରକୁ ସେ ୧୦,୬୦୦ କୋଟି ଟଙ୍କାରେ ବିକ୍ରି କରିଛନ୍ତି। ଘରୋଇ ବ୍ୟାଙ୍କଗୁଡ଼ିକର ମାଲିକାନା କିଛି ହାତଗଣତି ଲୋକମାନଙ୍କ ପାଖରେ ରହୁ ବୋଲି ରିଜର୍ଭ ବ୍ୟାଙ୍କ ଚାହୁନାହିଁ। ଘରୋଇ ବ୍ୟାଙ୍କ ପ୍ରତିଷ୍ଠାତାଙ୍କୁ ନିଜର ସେୟାର ପରିମାଣ ୧୫%କୁ ହ୍ରାସ କରିବା ଲାଗି ରିଜର୍ଭ ବ୍ୟାଙ୍କ କହିଛି। ଏନ୍‌ପିଏ ପରିଚାଳନାରେ ଉନ୍ନତି ଆଣିବା ଲାଗି ଏହି ନିୟମ ଅଣାଯାଇଛି। ସେହି ନିୟମ ପାଳନ କରିବା ଲାଗି ଘୋଷଙ୍କୁ ନିଜର ସେୟାର ବିକ୍ରି କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର