ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଘରୋଇ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ପକ୍ଷରୁ ୩୩.୪ ପ୍ରତିଶତ ଅଂଶଧନ କେନ୍ଦ୍ର ସରକାରଙ୍କୁ ଦିଆଯାଇଛି। ଫଳରେ ଏହି କଂପାନିର ସର୍ବବୃହତ ଅଂଶଧନକାରୀ ଭାବେ ସରକାର ଉଭା ହୋଇଛନ୍ତି। ସରକାରଙ୍କୁ ବିଭିନ୍ନ ଦେୟ ବାବଦରେ ଭୋଡା ଆଇଡିଆ ୧୬,୧୩୩ କୋଟି ଟଙ୍କା ଦେବାର ଥିଲା। ସେହି ଦେୟ ଦେବାକୁ କଂପାନି ଅସମର୍ଥ ଥିବା ଜଣାଇବା ପରେ ସେହି ଟଙ୍କା ବଦଳରେ କଂପାନିର ଅଂଶଧନ ଗ୍ରହଣ କରିବାକୁ କଂପାନି ପ୍ରସ୍ତାବ ଦେଇଥିଲେ। ଦୀର୍ଘଦିନ ପର୍ଯ୍ୟନ୍ତ ତାହା ଉପରେ ବିଚାର କରିବା ପରେ ଶେଷରେ ସରକାର ଅଂଶଧନ ନେବାକୁ ରାଜି ହୋଇଛନ୍ତି। ଯଦିଓ ସରକାରଙ୍କ ପାଖକୁ କଂପାନିର ସିଂହଭାଗ ଅଂଶଧନ ଆସିଛି, କିନ୍ତୁ ଏହାକୁ ସରକାର ଚଳାଇବେ ନାହିଁ। ପୂର୍ବରୁ ଏହାର ଯେଉଁମାନେ ମାଲିକ ଥିଲେ ସେମାନେ କଂପାନି ଚଳାଇବେ।
ସରକାର ଭୋଡା ଆଇଡିଆର ୩୩.୪% ଅଂଶଧନ ମାଲିକ
/sambad/media/post_attachments/wp-content/uploads/2021/04/VodafoneIdea.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)