ଇନ୍ଦୋର: ବଡ଼ ସହର ଉପରୁ ଜନସଂଖ୍ୟା ଚାପ କମ୍ କରିବା ଲାଗି ଦେଶରେ ଆଉ ଆଠଟି ନୂଆ ସହର ଗଢ଼ିବାକୁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ସହରାଞ୍ଚଳ ବ୍ୟାପାର ବିଭାଗର ଜି୨୦ ମୁଖ୍ୟ ଏମ୍ ବି ସିଂହ ଏହା କହିଛନ୍ତି। ନୂଆ ସହର ଗଢ଼ିବା ଲାଗି ପଞ୍ଚଦଶ ଅର୍ଥ ଆୟୋଗ ସୁପାରିସ କରିଥିଲେ। ଏହା ପରେ ବିଭିନ୍ନ ରାଜ୍ୟ ସରକାର ୨୬ଟି ନୂଆ ସହର ନିର୍ମାଣ କରିବାକୁ ପ୍ରସ୍ତାବ ଦେଇଥିଲେ। ସେଗୁଡ଼ିକୁ ଅନୁଧ୍ୟାନ କରିବା ପରେ ୮ଟି ନୂଆ ସହର ନିର୍ମାଣ କରିବା ଲାଗି ଅନୁମତି ଦେବା ଉପରେ ସରକାର ବିଚାର କରୁଛନ୍ତି।