ନୂଆଦିଲ୍ଲୀ: ଟାଟା କମ୍ୟୁନିକେସନ୍ସ ଲିମିଟେଡ୍ (ଟିସିଏଲ୍)ରେ ଥିବା ସମସ୍ତ ୨୬.୧୨ ପ୍ରତିଶତ ଅଂଶଧନକୁ ମୋଦୀ ସରକାର ବିକ୍ରି କରିଦେବେ। ଏହାଫଳରେ ଉକ୍ତ କମ୍ପାନିରୁ ସରକାର ସଂପୂର୍ଣ୍ଣ ରୂପେ ଓହରିଯିବେ। କମ୍ପାନି ପକ୍ଷରୁ ଏକ ନିୟାମକ ଫାଇଲିଂରେ ଏହି ସୂଚନା ଦିଆଯାଇଛି। ୨୬.୧୨ ପ୍ରତିଶତ ମଧ୍ୟରୁ ୧୬.୧୨ ପ୍ରତିଶତ ଅଂଶଧନକୁ ଷ୍ଟକ ଏକ୍ସଚେଞ୍ଜ ମାଧ୍ୟମରେ ଓପନ୍ ଫର ସେଲ୍ (ଓଏଫ୍ଏସ୍) ଜରିଆରେ ବିକ୍ରି କରିବେ। ଅବଶିଷ୍ଟ ଅଂଶଧନକୁ ଟାଟା ସନ୍ସର ନିବେଶ ଶାଖା ପାନାଟୋନ୍ ଫିନଭେଷ୍ଟ ଲିମିଟେଡକୁ ବିକ୍ରି କରାଯିବ।
ଟାଟା କମ୍ୟୁନିକେସନ୍ସରେ ପାନାଟୋନ୍ ଫିନଭେଷ୍ଟର ଏବେ ୩୪.୮ ପ୍ରତିଶତ ଅଂଶଧନ ଥିବାବେଳେ ଟାଟା ସନ୍ସର ୧୪.୧ ପ୍ରତିଶତ ଅଂଶଧନ ରହିଛି। ଉଲ୍ଲେଖଯୋଗ୍ୟ, ୧୯୮୬ ମସିହାରେ ସରକାର ବିଦେଶ ସଂଚାର ନିଗମ ଲିମିଟେଡ (ଭିଏସ୍ଏନ୍ଏଲ୍) ସ୍ଥାପନ କରିଥିଲେ ୨୦୦୨ ମସିହାରେ ଏଥିରୁ ୨୫ ପ୍ରତିଶତ ଅଂଶଧନ କାଢ଼ି ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ହୋଇଥିବା ପୁଞ୍ଜି ପ୍ରତ୍ୟାହାର କାରଣରୁ ଏହାର ନାମ ଟାଟା କମ୍ୟୁନିକେସନ୍ସ ଲିମିଟେଡ ରଖାଯାଇଥିଲା।