ଭୁବନେଶ୍ବର: ଖିମ୍ଜୀ ଜୁଏଲର୍ସ ନିଜର ଆକର୍ଷଣୀୟ ଅଳଙ୍କାର ସଂଗ୍ରହ ସହିତ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍’ ଆରମ୍ଭ କରିଛି। ଏହି ସେଲ୍ରେ ସୁନା ଅଳଙ୍କାରର ସମ୍ପୂର୍ଣ୍ଣ ମୂଲ୍ୟ ଉପରେ ୫.୪% ପର୍ଯ୍ୟନ୍ତ ରିହାତି, ହୀରା ଉପରେ ୨୦ ପ୍ରତିଶତ ଓ ରୁପା ସାମଗ୍ରୀର ଗଢ଼ା ମୂଲ୍ୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ରହିଛି। ଏହି ଅଫର ଏପ୍ରିଲ୍ ୨୭ରୁ ଆରମ୍ଭ ହୋଇଛି ଯାହା ମେ’ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅବସରରେ ଖିମ୍ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍ଜୀ କହିଛନ୍ତି ଯେ ଏହା ଆମର ୮୬ତମ ବର୍ଷ ଏବଂ ଆମେ ସମସ୍ତ ଗ୍ରାହକଙ୍କ ପାଇଁ ରିହାତିର ସର୍ବୋତ୍ତମ ପ୍ୟାକେଜ୍ ଆଣି ଅକ୍ଷୟ ତୃତୀୟାକୁ ଆନନ୍ଦଦାୟକ କରିବାକୁ ଚାହୁଛୁ। ରିହାତି ବ୍ୟତୀତ ସୁଲଭ ମୂଲ୍ୟରେ ପାରମ୍ପରିକ ଡିଜାଇନର ସଂଗ୍ରହ ମଧ୍ୟ ନେଇଆସିଛୁ ବୋଲି ସେ କହିଛନ୍ତି। ଏହି ଅଫର ଖିମ୍ଜୀର ଭୁବନେଶ୍ବର, ରାଉରକେଲା, ବ୍ରହ୍ମପୁର ଓ କଟକ ଷ୍ଟୋରରେ ଉପଲବ୍ଧ ରହିଛି। ଏହି ଷ୍ଟୋର୍ଗୁଡ଼ିକରେ ସୁନା, ହୀରା, ପ୍ଲାଟିନମ, ରୁପା, ଆନ୍ତର୍ଜାତିକ ବ୍ରାଣ୍ଡ୍ର ଘଣ୍ଟା, ମୂଲ୍ୟବାନ ଧାତୁ ଓ ପଥରର ବିଶାଳ ସଂଗ୍ରହ ରହିଛି। ବିଗତ ଆଠ ଦଶନ୍ଧି ଧରି ଖିମ୍ଜୀ ମୂଲ୍ୟବୋଧକୁ ବଜାୟ ରଖିଛି ଓ ସର୍ବୋତ୍ତମ ଅଫର ଆଣି ଏକ ମାନଦଣ୍ଡ ସୃଷ୍ଟି କରିପାରିଛି।
ଖିମ୍ଜୀରେ ‘ଦି ଗ୍ରେଟ୍ ଅକ୍ଷୟ ତୃତୀୟା ସେଲ୍’
/sambad/media/post_attachments/wp-content/uploads/2022/04/fs65h4sf654sf65h4fh65shf4hf65.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)