ନୂଆଦିଲ୍ଲୀ : ଆମେରିକାରୁ ଆରମ୍ଭ ହୋଇ ବିଭିନ୍ନ ଦେଶରେ ପହଞ୍ଚିଥିବା ବ୍ୟାଙ୍କ ସଙ୍କଟକୁ ନେଇ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ମୁଖ୍ୟ କ୍ରିଷ୍ଟାଲିନା ଜୋର୍ଜିଭା ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି ଆର୍ଥିକ ସ୍ଥିରତା ପ୍ରତି ବିପଦ ବଢ଼ିବାରେ ଲାଗିଛି। ତାହା ଉପରେ ନଜର ରଖିବା ଜରୁରୀ। ଚୀନ୍ର ବେଜିଂରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ୨୦୨୩ ଆଉ ଏକ ଆହ୍ବାନଭରା ବର୍ଷ ହେବ। ରୁଷ୍-ୟୁକ୍ରେନ୍ ଯୁଦ୍ଧ, କଠୋର ମୁଦ୍ରାନୀତି ପାଇଁ ବିଶ୍ବ ଅଭିବୃଦ୍ଧି ୩ ପ୍ରତିଶତକୁ ହ୍ରାସ ପାଇବ। ବର୍ତ୍ତମାନ ଘୋର ଅନିଶ୍ଚିତତା ରହିଛି। ବିଶ୍ବ ଅର୍ଥନୀତିର ଭବିଷ୍ୟତ ମଧ୍ୟ ଏତେଟା ଉଜ୍ଜ୍ବଳ ନାହିଁ। ସେଥିପାଇଁ ଆର୍ଥିକ ସ୍ଥିରତା ପ୍ରତି ବିପଦ ବଢ଼ିଛି। ଋଣ ଉଚ୍ଚ ସ୍ତରରେ ଥିବା ବେଳେ ହଠାତ୍ ନିମ୍ନ ସୁଧ ହାରରୁ ଉଚ୍ଚ ହାର ଆଡ଼କୁ ଅର୍ଥନୀତି ଗତି କରିବାକୁ ବହୁ ଚାପ ସୃଷ୍ଟି ହୋଇଛି। ବିକାଶଶୀଳ ଦେଶଗୁଡ଼ିକର ବ୍ୟାଙ୍କ କ୍ଷେତ୍ରରେ ସେହି ଚାପର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି ସେ କହିଛନ୍ତି। ଆର୍ଥିକ ସ୍ଥିରତାକୁ ବଜାୟ ରଖିବା ଲାଗି କାର୍ଯ୍ୟ କରିବାକୁ ସେ ନିୟାମକ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି।
ବ୍ୟାଙ୍କ ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଆଇଏମ୍ଏଫ୍ ମୁଖ୍ୟ
/sambad/media/post_attachments/wp-content/uploads/2023/03/imf-chief.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)