ମରିସସ୍‌ରୁ ଆସିଛି ସର୍ବାଧିକ ଏଫ୍‌ଡିଆଇ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଭାରତକୁ ୩୦ ବିଲିଅନ ଡଲାର ବା ୨.୨ ଲକ୍ଷ କୋଟି ଟଙ୍କା ମୂଲ୍ୟର ଏଫଡିଆଇ (ପ୍ରତ୍ୟକ୍ଷ ପୁଞ୍ଜି ନିବେଶ) ଆସିଛି। ଗତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଆସିଥିବା ୨୬ ବିଲିଅନ ଡଲାର ମୂଲ୍ୟର ଏଫ୍‌ଡିଆଇ ତୁଳନାରେ ଏହା ୧୫ ପ୍ରତିଶତ ଅଧିକ। କେନ୍ଦ୍ର ଶିଳ୍ପ ପ୍ରୋତ୍ସାହନ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ବିଭାଗ (ଡିପିଆଇଆଇଟି) ପକ୍ଷରୁ ପ୍ରକାଶିତ ତଥ୍ୟରୁ ଏହା ଜଣାଯାଇଛି।

ଦେଶକୁ ଆସିଥିବା ଏଫ୍‌ଡିଆଇ ମଧ୍ୟରୁ ସର୍ବାଧିକ ଏଫ୍‌ଡିଆଇ ମରିସସ୍‌ରୁ ଆସିଛି। ମରିସସ୍‌ ପଛକୁ ଦ୍ବିତୀୟ ସ୍ଥାନରେ ସିଙ୍ଗାପୁର ରହିଛି। ମରିସସ୍‌ରୁ ୨୯ ପ୍ରତିଶତ ଏଫ୍‌ଡିଆଇ ଭାରତକୁ ଆସିଥିବାବେଳେ ସିଙ୍ଗାପୁରରୁ ୨୧ ପ୍ରତିଶତ ଏଫ୍‌ଡିଆଇ ଆସିଛି। ଏମାନଙ୍କ ପଛକୁ ଯୁକ୍ତରାଷ୍ଟ୍ର ଆମେରିକା, ନେଦରଲାଣ୍ଡ ଓ ଜାପାନ ରହିଛନ୍ତି। ଏମାନଙ୍କ ଯୋଗଦାନ ୭ ପ୍ରତିଶତ ଲେଖାଏଁ ରହିଛି। ତେବେ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟକୁ ସର୍ବାଧିକ ପରିମାଣର ଏଫ୍‌ଡିଆଇ ଆସିଛି। ଦେଶକୁ ଆସିଥିବା ସମୁଦାୟ ଏଫ୍‌ଡିଆଇ ମଧ୍ୟରୁ ଗୁଜରାଟ ୩୫ ପ୍ରତିଶତ ଏଫ୍‌ଡିଆଇ ହାତେଇ ଥିବା‌ବେଳେ ମହାରାଷ୍ଟ୍ର ୨୦ ପ୍ରତିଶତ, କର୍ଣ୍ଣାଟକ ୧୫ ପ୍ରତିଶତ ଏବଂ ଦିଲ୍ଲୀ ୧୨ ପ୍ରତିଶତ ଏଫଡିଆଇ ପାଇପାରିଛନ୍ତି।

ସମ୍ବନ୍ଧିତ ଖବର