ମହମ୍ମଦ ହିଫ୍‌ଜୁର ରହେମାନ୍
ଆମେରିକାର ହି‌େଣ୍ଡନବର୍ଗ ରିସର୍ଚ୍ଚ ନାମକ ଏକ ସଂସ୍ଥା ଆଦାନି କଂପାନି ସଂପର୍କରେ ବିବାଦୀୟ ତଥ୍ୟ ପ୍ରକାଶ କରିବା ପରେ ଏହି କଂପାନି ଏବେ ସଙ୍କଟ ଦେଇ ଗତି କରୁଛି। ଡିସେମ୍ବର ୨୦୨୨ରେ ବିଶ୍ବର ୩ ନମ୍ବର ଧନୀ ଥିବା ଆଦାନି ୩୮ ନମ୍ବର ସ୍ଥାନକୁ ଖସି ଯାଇଥିଲେ। ଗତ ଜାନୁଆରି ୨୪ ତାରିଖରେ ‌ହି‌େଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ବେଳେ ଆଦାନିଙ୍କ ସଂପତ୍ତିର ମୂଲ୍ୟ ୧୧ ହଜାର ୨୦୦ କୋଟି ଡଲାର ଥିବା ବେଳେ ମାର୍ଚ୍ଚ ୧ରେ ଏହା ୪ ହଜାର କୋଟି ଡଲାରକୁ ଖସି ଆସିଛି। ୩୫ ଦିନରେ ସେ ପାଖାପାଖି ୮ ହଜାର କୋଟି ଡଲାର ମୂଲ୍ୟର ସଂପତ୍ତି ହରାଇଲେଣି। ପରିସ୍ଥିତିକୁ ସୁଧାରିବା ଲାଗି କଂପାନି କର୍ତ୍ତୃପକ୍ଷ ଯେତେ ଉଦ୍ୟମ କଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏଥିରେ ବିଶେଷ ସଫଳ ହୋଇ ନାହାନ୍ତି। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ନିବେଶକାରୀ ଆଉ ଆଦାନିଙ୍କ ପ୍ରତି ଆସ୍ଥା ପ୍ରକଟ କରିବାକୁ ସାହସ ଜୁଟାଇ ପାରୁ ନାହାନ୍ତି। ଆଦାନି ଜାଲିଆତି କରି ତାଙ୍କ କଂପାନିର ସେୟାର ମୂଲ୍ୟ ବୃଦ୍ଧି କରିଛନ୍ତି ବୋଲି ଯେଉଁ ଅଭିଯୋଗ ହୋଇଛି ତାହା ନିବେଶକାରୀଙ୍କୁ ଆତଙ୍କିତ କରି ପକାଇଛି। ତେଣୁ ସେମା‌େନ କୌଣସି ପ୍ରକାର ରିସ୍କ ନେବାକୁ ଚାହୁ ନାହାନ୍ତି। ଆଦାନି ସେୟାର କିଣିଥିବା ନିବେଶକମାନେ ବର୍ତ୍ତମାନ ସୁଦ୍ଧା ୧୨ ଲକ୍ଷ କୋଟି ଟଙ୍କା ହରାଇ ସାରିଲେଣି।

Advertisment

ଆଦାନି ଗ୍ରୁପର ମୋଟ ୧୬ଟି କଂପାନି ମଧ୍ୟରୁ ସେୟାର ବଜାରରେ ତାଲିକାଭୁକ୍ତ ଥିବା ୧୦ଟି କଂପାନି ସର୍ବାଧିକ କ୍ଷତି କରିବାରେ ଲାଗିଛନ୍ତି। ହି‌େଣ୍ଡନବର୍ଗ ରିପୋର୍ଟ ପରେ ଆଦାନି ‌େଟାଟାଲ ଗ୍ୟାସ୍ ସର୍ବାଧିକ ୩.୪୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିଥିବା ବେଳେ ଆଦାନି ଏଣ୍ଟରପ୍ରାଇଜେସ୍‌ ୨.୪୬ ଲକ୍ଷ କୋଟି, ଆଦାନି ଟ୍ରାନ୍ସମିସନ୍ ୨.୩୨ ଲକ୍ଷ କୋଟି, ଆଦାନି ଗ୍ରିନ ଏନର୍ଜି ୨.୨୯ ଲକ୍ଷ କୋଟି, ଆଦାନି ପାୱାର ୪୨ ହଜାର କୋଟି, ଆଦାନି ପୋର୍ଟ ୫୧ ହଜାର କୋଟି ଏବଂ ଅମ୍ବୁଜା ସିମେଣ୍ଟର ୩୧ ହଜାର କୋଟି କ୍ଷତି ହେଲାଣି। ଆଦାନି ଏହି ସବୁ କଂପାନିର ସେୟାର କିଣି ଧନୀ ହୋଇଥିଲେ। ଏବେ ଏହାର ସେୟାର ମୂଲ୍ୟ ଖସିବାରେ ଲାଗିଥିବ‌ାରୁ ସେ ଧନୀ ତାଲିକାରେ ତଳକୁ ତଳକୁ ଖସୁଛନ୍ତି।

ଅବଶ୍ୟ ଆଦାନିଙ୍କ ସଂପତ୍ତିର ପରିମାଣ ଭାରତର ମୋଟ୍‌ ଜିଡିପିର ୩.୫ ପ୍ରତିଶତ ହୋଇଥିବାରୁ ଭାରତୀୟ ଅର୍ଥନୀତି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। କିନ୍ତୁ ଆଦାନି ଗ୍ରୁପ୍‌ରେ ଟଙ୍କା ଖଟାଇଥିବା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଏବଂ ଭାରତୀୟ ଜୀବନ ବୀମା (ଏଲ୍‌ଆଇସି) ଭଳି ରାଷ୍ଟ୍ରାୟତ୍ତ ସଂସ୍ଥାର ଭାଗ୍ୟକୁ ନେଇ ଚିନ୍ତା ପ୍ରକାଶ ପାଇଲାଣି। କାରଣ ଆଦାନି ଗ୍ରୁପ୍‌ରେ ଏଲ୍‌ଆଇସି ୩୦ ହଜାର କୋଟି ଟଙ୍କା ଖଟାଇଥିବା ବେଳେ ଷ୍ଟେଟ୍‌ ବ୍ୟାଙ୍କ ୨୭ ହଜାର କୋଟି (ଋଣ-ପୁଞ୍ଜି) ଖଟାଇଛି। କେବଳ ସେତିକି ନୁହେଁ, ବିଭିନ୍ନ ଭାରତୀୟ ବ୍ୟାଙ୍କ ଆଦାନିଙ୍କୁ ୮୨ ହଜାର କୋଟି ଟଙ୍କାର ଋଣ ମଧ୍ୟ ଦେଇଛନ୍ତି। ବିଜୟ ମାଲ୍ୟା ଏବଂ ନିରବ ମୋଦିଙ୍କୁ ଋଣ ଦେଇ ଭାରତୀୟ ବ୍ୟାଙ୍କ ପଶ୍ଚାତାପ କରୁଥିବା ବେଳେ ଆଦାନିଙ୍କୁ ନେଇ ସେମାନଙ୍କର ଚିନ୍ତା ବଢ଼ିଲାଣି। ଏହି ପ୍ରସଙ୍ଗରେ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି। ସେମାନଙ୍କର ଅଭିଯୋଗ ହେଲା ‌େଯ ମୋଦୀ ସରକାର ଦେଶର ଅର୍ଥନୀତି ଅପେକ୍ଷା ଆଦାନିଙ୍କୁ ସୁରକ୍ଷା ଦେବାରେ ଲାଗିଛନ୍ତି। ହି‌େଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଜଣେ ଜଣେ ମନ୍ତ୍ରୀ ଆଦାନିଙ୍କୁ ସୁରକ୍ଷା ଦେଲା ଭଳି ମନ୍ତବ୍ୟ ଦେବାରେ ଲାଗିଛନ୍ତି। ସେମାନେ ଆହୁରି ଅଭିଯୋଗ କରିଛନ୍ତି ‌ଯେ ମୋଦୀଙ୍କ ଶାସନ ସମୟରେ ଅାଦାନି ସର୍ବାଧିକ ସରକାରୀ ଅନୁଗ୍ରହ ପାଇଛନ୍ତି। ୨୦୧୪ରେ ବିଶ୍ବ ଧନୀ ତାଲିକାରେ ୬୦୯ ସ୍ଥାନରେ ଥିବା ଆଦାନି ୨୦୨୨ ଶେଷ ସୁଦ୍ଧା ୩ ନମ୍ବର ସ୍ଥାନକୁ ଉଠିଥିଲେ। ଏହି ୮ ବର୍ଷ ଭିତରେ ତାଙ୍କ ସଂପତ୍ତି ପରିମାଣ ୮୦୦ କୋଟି ଡଲାରରୁ ବୃଦ୍ଧି ପାଇ ୧୪ ହଜାର କୋଟି ଡଲାରରେ‌ ପହଂଚିଥିଲା।

ତେବେ ହି‌େଣ୍ଡନବର୍ଗ ରିପୋର୍ଟ ଯୋଗୁଁ ଭାରତୀୟ ଅର୍ଥନୀତି ତତ୍‌କ୍ଷଣାତ୍ ପ୍ରଭାବିତ ହେବନାହିଁ ବୋଲି ଅର୍ଥନୈତିକ ବିଶାରଦମାନେ ମତ ଦେଇଛନ୍ତି। କିନ୍ତୁ ଭବିଷ୍ୟତରେ ଏହା ବିପଦ ଆଣିପାରେ। କାରଣ ହି‌େଣ୍ଡନବର୍ଗ ରିପୋର୍ଟ ଯୋଗୁଁ ଭାରତର ଅର୍ଥନୀତି ଚେହେରା ପ୍ରତି ପ୍ରଶ୍ନଚିହ୍ନ ଲାଗିଯାଇଛି। ବିଶ୍ବ ବଜାରରେ ଭାରତର ଭାବମୂର୍ତ୍ତି କ୍ଷୁଣ୍ଣ ହେଲେ ବିଦେଶୀ ନିବେଶକମାନେ ଆଉ ଭାରତରେ ନିବେଶ କରିବାକୁ ଆସିବେ ନାହିଁ। ସେୟାର ବଜାରରେ ଜାଲିଆତି ହେଉଛି ବୋଲି ସେମାନଙ୍କ ମନରେ ଥ‌େର ସନ୍ଦେହ ପଶିଗଲେ ଏହାକୁ ଦୂର କରିବା ଏତେ ସହଜ ହେବନାହିଁ। କରୋନା କାଳ ପରେ ଏବେ ପଡ଼ୋଶୀ ରାଷ୍ଟ୍ର ଚୀନରେ ପୁଞ୍ଜି ବଜାର ଖୋଲିବା ଆରମ୍ଭ କରିଥିବାରୁ ବିଦେଶୀ ନିବେଶକ ଏହାକୁ ବିକଳ୍ପ ଭାବେ ବାଛି ନେବା କିଛି ବିଚିତ୍ର ନୁହେଁ। ତେଣୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ପୂର୍ବରୁ ଭାରତ ସରକାର ଚୁପ ନ ବସି ଏଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ କରିବା ଉଚିତ। ଯଦି ହି‌େଣ୍ଡନବର୍ଗ ରି‌େପାର୍ଟ ସତ, ତାହେଲେ ଆଦାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଯଦି ରିପୋର୍ଟ ମିଛ, ତାହେଲେ ହି‌େଣ୍ଡନବର୍ଗ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଆଦାନିଙ୍କୁ ସାହାଯ୍ୟ କରନ୍ତୁ। ଭାରତୀୟ ବଜାର‌େର ନିବେଶକଙ୍କ ଆସ୍ଥା ଫେରାଇ ଆଣିବା ଲାଗି ଏହା ଜରୁରୀ। ଇତିମଧ୍ୟରେ ଏ ବିଷୟରେ ଅନୁଧ୍ୟାନ କରିବା ସହିତ ପରାମର୍ଶ ଦେବା ଲାଗି ସୁପ୍ରିମ କୋର୍ଟ ଏକ ୬ ଜଣିଅା ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଏଥିସହ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)କୁ ମଧ୍ୟ ସୁପ୍ରିମ‌ କୋର୍ଟ ୨ ମାସ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେବିର ତଦନ୍ତ ସମେତ କମିଟି ରିପୋର୍ଟ ଯେତେ‌ଶୀଘ୍ର ଆସିବ, ପରିସ୍ଥିତି ସେତେଶୀଘ୍ର ସ୍ପଷ୍ଟ‌ ହୋଇଯିବ।