ରିଲାଏନ୍ସ ପକ୍ଷରୁ ଖୋଲିଲା ଜିଓ ୱାର୍ଲଡ ସେଣ୍ଟର

ମୁମ୍ବାଇ: ରିଲାଏନ୍ସ ପକ୍ଷରୁ ଦେଶର ସର୍ବବୃହତ୍ ଏବଂ ସମ୍ମାନଜନକ ବହମୁଖୀ ସ୍ଥଳ ଜିଓ ୱାର୍ଲଡ ସେଣ୍ଟରକୁ ଖୋଲାଯାଇଛି। ଏହା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ନିର୍ଦ୍ଦେଶକ ତଥା ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ନୀତା ଅମ୍ବାନିଙ୍କ ମାନସ ସନ୍ତାନ। ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ୧୮.୫ ଏକର ପରିମିତ ଅଞ୍ଚଳରେ ଉକ୍ତ ଅତ୍ୟାଧୁନିକ ସେଣ୍ଟର ନିର୍ମାଣ କରାଯାଇଛି। ଭାରତରେ ଏହା ଏକ କିମ୍ବଦନ୍ତି ଶ୍ରେଣୀର ବ୍ୟବସାୟ, ବାଣିଜ୍ୟ ଏବଂ ସାଂସ୍କୃତିକ ସ୍ଥଳରେ ପରିଣତ ହୋଇ ଭାରତୀୟ ନାଗରିକମାନଙ୍କୁ ଏକ ବିଶ୍ବଶ୍ରେଣୀର ଅନୁଭୂତି ପ୍ରଦାନ କରିବ ବୋଲି ଆଶା ରଖାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଧୀରୁଭାଇ ଅମ୍ବାନି ‌ସ୍କୋୟାର ଏବଂ ମ୍ୟୁଜିକାଲ ଫାଉଣ୍ଟେନ ଏବଂ ଜିଓ ୱାର୍ଲଡ କନଭେନସନ ସେଣ୍ଟରକୁ ଉତ୍ସର୍ଗ କରାଯାଇଛି। ଜିଓ ୱାର୍ଲଡ ସେଣ୍ଟର ଆସନ୍ତାବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଖୋଲିବ। ଏଠାରେ ସାଂସ୍କୃତିକ କେନ୍ଦ୍ରଠାରୁ ଆରମ୍ଭ କରି ମ୍ୟୁଜିକାଲ ଫା‌ଉଣ୍ଟେନ, ରିଟେଲ ସେଣ୍ଟର, କେଫ୍, ରେସ୍ତୋରାଁ, ସର୍ଭିସଡ ଆପାର୍ଟମେଣ୍ଟ୍, ଅଫିସ ଏବଂ ଅତ୍ୟାଧୁନିକ ସମ୍ମିଳନୀ କେନ୍ଦ୍ର ରହିବ।

ସମ୍ବନ୍ଧିତ ଖବର