କୋଭିଡ୍‌ ସେଣ୍ଟର୍‌ ପାଇଁ ଖିମ୍‌ଜୀ ଫାଉଣ୍ଡେସନ ଦେଲା ୬୦ ଶଯ୍ୟା

ଭୁବନେଶ୍ବର: କୋଭିଡ୍‌ ମହାମାରୀର ମୁକାବିଲା ଲାଗି ଖିମ୍‌ଜୀ ଫାଉଣ୍ଡେସନ ତରଫରୁ ଭୁବନେଶ୍ବର ମୁନିସପାଲ କର୍ପୋରେସନ (ବିଏମ୍‌ସି)କୁ ୬୦ ଶଯ୍ୟା ସହିତ ମାଟ୍ରେସ୍‌, ତକିଆ, ଅନ୍ୟାନ୍ୟ ଆକ୍‌ସେସୋରିଜ୍‌ ଓ ବେଡ୍ ସାଇଟ୍ ୟୁନିଟ୍ ହସ୍ତାନ୍ତର କରାଯାଇଛି। ସୋମବାର ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ସୁମିତ ଖିମ୍‌ଜୀ ଏହି ସମସ୍ତ ସାମଗ୍ରୀ ବିଏମ୍‌ସି କମିସନର ସଞ୍ଜୟ ସିଂହଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଶଯ୍ୟାଗୁଡ଼ିକୁ ଭୁବନେଶ୍ବରର ପଟିଆ, ଡୁମୁଡୁମାରେ ଥିବା କୋଭିଡ୍ କେୟାର ସେଣ୍ଟର୍‌ ଓ ବିଏମ୍‌ସି ଦ୍ବାରା ପରିଚାଳିତ ଅନ୍ୟାନ୍ୟ ୟୁପିଏଚ୍‌ସି, ୟୁପିଏଚ୍‌ସିଏଚ୍‌ସିଗୁଡ଼ିକରେ ବ୍ୟବହାର କରାଯିବ।

ଏ ସମ୍ପର୍କରେ ସୁମିତ କହିଛନ୍ତି ଯେ ବଡ଼ ଦାୟିତ୍ବର ସହିତ ଭୁବନେଶ୍ବର କୋଭିଡ୍ ମହାମାରୀର ଦ୍ବିତୀୟ ଲହରର ମୁକାବିଲା କରୁଛି। ଏହି ମହାମାରୀ ସମୟରେ ସହାୟତା ଓ ସେବା ପ୍ରଦାନ କରିବା ଲାଗି ବିଏମ୍‌ସି ଗ୍ରହଣ କରିଥିବା ପଦକ୍ଷେପ ବେଶ ପ୍ରଶଂସାଯୋଗ୍ୟ। ସଙ୍କଟ ସମୟରେ ଖିମ୍‌ଜୀ ଫାଉଣ୍ଡେସନ ସର୍ବଦା ଓଡ଼ିଶା ସରକାର ଓ ବିଏମ୍‌ସିକୁ ସାହାଯ୍ୟ କରିଥାଏ ବୋଲି ସେ କହିଛନ୍ତି। ଭୟଭୀତ ନହୋଇ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ବ ବଜାୟ ରଖିବା ସହ ଟିକା ନେବା ଲାଗି ସେ ସମସ୍ତ ନାଗରିକଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର