ଭୁବନେଶ୍ବର: ଲାଲଚାନ୍ଦ ଗ୍ରୁପ୍ ପକ୍ଷରୁ ଲାଲ୍ଚାନ୍ଦ ଫାଉଣ୍ଡେସନ ଗଠନ ବିଷୟରେ ଘୋଷଣା କରାଯାଇଛି। ସଂସ୍ଥାର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସଙ୍କ ଜନ୍ମିଦନ ଅବସରରେ ଏହି ଘୋଷଣା କରାଯାଇଛି। ସମାଜର ଉପେକ୍ଷୀତ ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ଏହି ଫାଉଣ୍ଡେସନ କାର୍ଯ୍ୟ କରିବ। ବିଭିନ୍ନ ପ୍ରକାର ପ୍ରକଳ୍ପ ଓ ଅଭିଯାନରେ ଏହା ସାମିଲ ହେବ। ଯାତ୍ରାର ଆରମ୍ଭରୁ ଲାଲଚାନ୍ଦ ଫାଉଣ୍ଡେସନ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଯେଉଁ ଲୋକମାନେ କୋଭିଡ୍-୧୯ ଦ୍ବାରା ସଂକ୍ରମିତ ହୋଇ ସୁସ୍ଥ ହୋଇଛନ୍ତି ସେମାନେ ଯେଭଳି ପ୍ଲାଜ୍ମା ଦାନ କରିବାକୁ ଆଗେଇ ଆସିବେ ସେଥିପାଇଁ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବ।
ଏହି ଫାଉଣ୍ଡେସନ ସମ୍ପର୍କରେ ଶ୍ରୀଯୁକ୍ତ ହଂସ କହିଛନ୍ତି, କୋଭିଡ୍-୧୯ ମହାମାରୀ ଆରମ୍ଭ ହେବାର ଦୀର୍ଘଦିନ ପୂର୍ବରୁ ମଧ୍ୟ ଏହା କାର୍ଯ୍ୟ କରୁଥିଲା। ତେବେ କୌଣସି ସଠିକ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ କୌଣସି ସମୟ ଖରାପ ନୁହେଁ ବୋଲି ସେ କହିଛନ୍ତି।