ପଛ ଯାତ୍ରୀଙ୍କ ପାଇଁ ମର୍ସିଡିସ୍ ବେଞ୍ଜ୍‌ ଆଣିବ ଏୟାରବ୍ୟାଗ୍‌

ନୂଆଦିଲ୍ଲୀ: ଜର୍ମାନୀର ବିଳାସପୂର୍ଣ୍ଣ କାର ନିର୍ମାତା ମର୍ସିଡିସ୍‌ ବେଞ୍ଜ ଯାତ୍ରୀଙ୍କ ସୁରକ୍ଷା ପାଇଁ ଅଧିକ ଏୟାରବ୍ୟାଗ୍ ଥିବା କାର୍ ଆଣିବ। ପଛ ଯାତ୍ରୀଙ୍କ ସୁରକ୍ଷା ପାଇଁ କମ୍ପାନି ଏହାର ୨୦୨୧ ଏସ୍‌-କ୍ଲାସ ମଡେଲ ଗାଡ଼ିରେ ଉକ୍ତ ସୁବିଧା ପ୍ରଦାନ କରିବ। ପଛ ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍ ସୁବିଧା ପ୍ରଦାନରେ ବିଶ୍ବର ଏହା ପ୍ରଥମ କାର୍‌ ବୋଲି କୁହାଯାଉଛି। ଫଳରେ ସାମ୍ନା ପଟୁ ଦୁର୍ଘଟଣା ଘଟିଲେ ପଛ ସିଟ୍‌ରେ ବସିଥିବା ଯାତ୍ରୀ ଏହାଦ୍ବାରା ଅପେକ୍ଷାକୃତ ଅଧିକ ସୁରକ୍ଷିତ ରହିପାରିବେ। ଆସନ୍ତାମାସ ୨ ତାରିଖରେ ଏହି କାର୍‌ର ଉନ୍ମୋଚନ ହେବ। ପ୍ରଯୁକ୍ତି ଓ ସୁରକ୍ଷା ଦୃଷ୍ଟିରୁ ଏହି କାର୍ ଅନ୍ୟମାନଙ୍କଠାରୁ ଆଗରେ ରହିବ। ସାମ୍ନା ବାଲା ବସୁଥିବା ସିଟ୍‌ର ପଛପଟେ ଏହି ଏୟାରବ୍ୟାଗ୍ ରହିବ। ଏୟାରବ୍ୟାଗର ଡିଜାଇନ୍ ଇଂରାଜୀ ‘ୟୁ’ ଆକାରର ବା ୱିକେଟ ରକ୍ଷକଙ୍କ ଗ୍ଲୋଭସ ଭଳି ହେବ। ଏୟାରବ୍ୟାଗର ଏଭଳି ଆକୃତି ଯାତ୍ରୀଙ୍କୁ ଅଧିକ ନିରାପତ୍ତା ପ୍ରଦାନ କରିବାରେ ସମର୍ଥ ହେବ।

ସମ୍ବନ୍ଧିତ ଖବର