ଏମ୍‌ଜି ଆଷ୍ଟୋର୍ ଦାମ୍ ୯.୭୮ ଲକ୍ଷରୁ ଆରମ୍ଭ

ଭୁବନେଶ୍ବର: ଏମ୍‌ଜି ମୋଟର ଇଣ୍ଡିଆର ନୂଆ ଏସ୍‌ୟୁଭି ଏମ୍‌ଜି ଆଷ୍ଟୋର୍‌ର ମୂଲ୍ୟ ଘୋଷଣା କରାଯାଇଛି। ଏହାର ଦାମ୍ ୯.୭୮ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇଛି। ଏହା ଉପରେ କଂପାନି ପକ୍ଷରୁ ତିନି ବର୍ଷର/ଅସୀମିତ କିଲୋମିଟର ୱାରେଣ୍ଟି, ତିନି ବର୍ଷ ସଡ଼କ ପାର୍ଶ୍ବ ସହାୟତା ଓ ତିନିଟି ଶ୍ରମ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ଆଷ୍ଟୋର୍‌ରେ କିଲୋମିଟର ପିଛା ଖର୍ଚ୍ଚ ମାତ୍ର ୪୭ ଟଙ୍କା ରହିଛି। ଏହା ଉପରେ କଂପାନି ବାଏବ୍ୟାକ୍ ସୁବିଧା ମଧ୍ୟ ପ୍ରଦାନ କରୁଛି। ଗାଡ଼ି କିଣିବାର ତିନି ବର୍ଷ ଶେଷ ହେବା ପରେ ଗ୍ରାହକ ତାହାକୁ ଏକ୍ସ ‌ସୋ’ରୁମ୍‌ ମୂଲ୍ୟର ୬୦% ଦାମ୍‌ରେ ବିକିପାରିବେ। ଆଷ୍ଟୋର୍‌ ଗାଡ଼ି ଶିଳ୍ପରେ ନୂଆ ମାନଦଣ୍ଡ ନିର୍ଧାରଣ କରିବ ବୋଲି କଂପାନିର ସଭାପତି ତଥା ଏମ୍‌ଡି ରାଜୀବ ଚାବା କହିଛନ୍ତି। ଏହି ଗାଡ଼ିରେ ୮୦ରୁ ଅଧିକ ପ୍ରକାରର କନେକ୍ଟେଡ୍ ସୁବିଧା ରହିଛି। ଚଳିତ ମାସ ୨୧ରୁ ଏହାର ବୁକିଂ ଆରମ୍ଭ ହେବ। ନଭେମ୍ବର ସୁଦ୍ଧା ଗାଡ଼ିର ଡେଲିଭରି ଦିଆଯିବ।

ସମ୍ବନ୍ଧିତ ଖବର