ଅନ୍ତଃରାଜ୍ୟ ବିଦ୍ୟୁତ୍ ସଂଚାରଣ ଶୁଳ୍କ ହ୍ରାସ ପାଇଁ କେନ୍ଦ୍ର ନିକଟରେ ଶକ୍ତିମନ୍ତ୍ରୀଙ୍କ ଦାବି

ଭୁବନେଶ୍ବର: କେନ୍ଦ୍ରୀୟ ସଂସ୍ଥାଗୁଡ଼ିକରୁ ବିଦ୍ୟୁତ ସଂଚାରଣ ପାଇଁ ଲାଗୁ କରାଯାଇଥିବା ପରିବହନ ଶୁଳ୍କ ହ୍ରାସ ପାଇଁ ଶକ୍ତିମନ୍ତ୍ରୀ ‌କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର କେନ୍ଦ୍ର ନିକଟରେ ଦାବି କରିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନ ବିଦ୍ୟୁତ୍‌ ଉତ୍ପାଦନକାରୀ ସଂସ୍ଥା ଗୁଡ଼ିକରୁ ପିଜିସିଆଇଏଲ୍‌ର ବିଦ୍ୟୁତ୍ ସଂଚାରଣ ନେଟୱାର୍କ ମାଧ୍ୟମରେ ଉକ୍ତ ବିଦ୍ୟୁତ ସଂଚାରିତ ହୋଇଥାଏ। ୨୦୧୧-୧୨ ଆର୍ଥିକ ବର୍ଷରେ ଏହି ଶୁଳ୍କ ୟୁନିଟ୍ ପିଛା ୨୪ ପଇସା ଥିବାବେଳେ ୨୦୧୯-୨୦ ବେଳକୁ ଏହା ପ୍ରାୟ ୧ ଟଙ୍କା ହୋଇଛି। ଏହି ସମୟ ମଧ୍ୟରେ ଓଡ଼ିଶା ପାଇଁ ବିଦ୍ୟୁତ୍ ସଂଚାରଣ ଦେୟ ୧୭୯ କୋଟି ଟଙ୍କା ଥିବାବେଳେ ଏହା ୭୩୪ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ପିଜିସିଆଇଏଲ୍‌ର ବିଦ୍ୟୁତ ସଂଚାରଣ ଶୁଳ୍କ ପୁନଃବିଚାର ନିମନ୍ତେ କେନ୍ଦ୍ର ଶକ୍ତିମନ୍ତ୍ରୀ ରାଜକୁମାର ସିଂହଙ୍କୁ ରାଜ୍ୟ ଶକ୍ତିମନ୍ତ୍ରୀ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର