ମୁମ୍ବାଇ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭୟଙ୍କର ଭାବେ ବୃଦ୍ଧି ପାଇବା ଦ୍ବାରା ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା କରାଯାଉଛି। ଏହାର ପ୍ରଭାବ ଟଙ୍କାର ବିନିମୟ ମୂଲ୍ୟ ଉପରେ ପଡ଼ିଛି। ବିଦେଶୀ ମୁଦ୍ରା ବିନିମୟ ବଜାର(ଇଣ୍ଟରବ୍ୟାଙ୍କ)ରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୦୫ ପଇସା ତଳକୁ ଖସିଯାଇଛି। ଫଳରେ ୧ ଡଲାର ମୂଲ୍ୟ ୭୪ ଟଙ୍କା ୪୭ ପଇସା ରହିଛି। ଗତକାଲି କାରବାର ଶେଷରେ ଡଲାର ମୂଲ୍ୟ ୭୩ ଟଙ୍କା ୪୨ ପଇସାରେ ବନ୍ଦ ହୋଇଥିବାବେଳେ ଆଜି ଏହାର କାରବାର ୭୩ ଟଙ୍କା ୫୨ ପଇସାରୁ ଆରମ୍ଭ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp