ଦୃଢ଼ ହେଲା ‘ମୋସନ ଏଜୁକେସନ୍’ ଟିମ୍, ଯୋଗଦେଲେ ୨ ସଂସ୍ଥାର ନିର୍ଦେଶକ, ବିଶିଷ୍ଟ ଶିକ୍ଷାବିତ୍‌

ଭୁବନେଶ୍ବର: ଜେଇଇ, ନିଟ୍ ଓ ଅଲମ୍ପିଆଡ୍‌ରେ ଭଲ ରୢାଙ୍କ୍‌ ରଖିବାକୁ ଆଶାୟୀ ଥିବା ଛାତ୍ରଛାତ୍ରୀମାନେ କୋଟାର ମୋସନ ଏଜୁକେସନ୍‌କୁ ପସନ୍ଦ କରୁଛନ୍ତି ବୋଲି ସଂସ୍ଥା ତରଫରୁ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ କୁହାଯାଇଛି। ମୋସନ ସହିତ ବିଭିନ୍ନ ଅନୁଷ୍ଠାନର ପ୍ରମୁଖ ବ୍ୟକ୍ତି ଯୋଡ଼ି ହୋଇଛନ୍ତି। ନ୍ୟୁକ୍ଲିୟସ୍‌ର ନିର୍ଦେଶକ ଅଖିଲେଶ ଖଣ୍ଟର, ବିଶାଳ ଯୋଶୀ, ସୁରେନ୍ଦ୍ର ମିଶ୍ର; ସର୍ବୋତ୍ତମ କ୍ଲାସେସ୍‌ର ନିର୍ଦେଶକ ଲଲିତ ବିଜୟ, ଆଶିଷ ବାଜପାୟୀ, ଡକ୍ଟର ଆଶିଷ ମାହେଶ୍ବରୀ, ଜିତେନ୍ଦ୍ର ଚାନ୍ଦୱାନି ଓ ଜି ଏସ୍‌ ତିୱାରୀ ଆସି ମୋସନ ଏଜୁକେସନ୍‌ରେ ଯୋଗ ଦେଇଛନ୍ତି। ଗଭେସ ଭାରଦ୍ବାଦ, ରମେଶ ଶାରଦା ଓ ପ୍ରଶାନ୍ତ ଜୈନଙ୍କ ଭଳି ଶିକ୍ଷକ ଯୋଗ ଦେଇଥିବାରୁ ମୋସନର ଅଧ୍ୟାପନା ଟିମ୍ ବେଶ ସୁଦୃଢ଼ ହୋଇପାରିଛି।

ଏହି ଅବସରରେ ମୋସନ ଏଜୁକେସନ୍‌ର ପରିଚାଳନା ନିର୍ଦେଶକ ନିତୀନ ବିଜୟ କହିଛନ୍ତି ଯେ ଦେଶର ପ୍ରତିଭାବାନ ଇଞ୍ଜିନିୟର ଓ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା ଯୁବକଯୁବତୀଙ୍କୁ ବିଶିଷ୍ଟ ଫାକଲ୍‌ଟିମାନଙ୍କ ଦ୍ବାରା ପାଠପଢ଼ାଇବାରେ ଆମେ ବିଶ୍ବାସ କରୁ। ଆମେ ପାଠପଢ଼ାରେ ନିୟମିତ ଭାବେ ଅଭିନବ ପଦ୍ଧତି ପ୍ରୟୋଗ କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର