୫ କିଲୋ ଏଲ୍‌ପିଜି ସିଲିଣ୍ଡର ନାଁ ଏବେ ‘ଛୋଟୁ’

ନୂଆଦିଲ୍ଲୀ: ସମାଜ ଏବଂ ପରିବାରରେ ଛୋଟ ପିଲାକୁ ଯେଭଳି ଛୋଟୁ ବୋଲି ଡାକନ୍ତି ଇଣ୍ଡିଆନ ଅଏଲ୍‌ ସେହିଭଳି ୫ କିଲୋ ବିଶିଷ୍ଟ ଛୋଟ ଏଲ୍‌ପିଜି ସିଲିଣ୍ଡରର ନାମ ଛୋଟୁ ଦେଇଛି। ୨୦୨୦ ଡିସେମ୍ବର ୧୧ ତାରିଖରେ ଏହି ଘୋଷଣା କମ୍ପାନି କହିଛି। ଇଣ୍ଡିଆନ ଅଏଲ ଇଣ୍ଡେନ ବ୍ରାଣ୍ଡ୍‌ରେ ୫ କିଲୋ ବ୍ୟତୀତ ୧୯ କିଗ୍ରା ଏବଂ ୧୪.୨ କିଲୋ ବିଶିଷ୍ଟ ଏଲ୍‌ପିଜି ସିଲିଣ୍ଡର ବିକ୍ରି ହେଉଛି। ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ, ଆଇଟି କ୍ଷେତ୍ରର କର୍ମଚାରୀ, ବିପିଓ କର୍ମଚାରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଇଣ୍ଡିଆନ ଅଏଲ ପକ୍ଷରୁ ୨୦୧୩ ମସିହାରେ ଏହି ଏଲ୍‌ପିଜି ସିଲିଣ୍ଡର ବଜାରକୁ ଅଣାଯାଇଥିଲା। ୨୦୧୩ ଅକ୍ଟୋବର ୫ ତାରିଖରେ ଦେଶର ୪ ମହାନଗରୀର ପେଟ୍ରୋଲ ପମ୍ପ ମାଧ୍ୟମରେ ଏହା ଆରମ୍ଭ ହୋଇଥିଲା। ଏହାର କାରଣ ଥିଲା ଗ୍ୟା‌ସ ଏଜେନ୍ସି ତୁଳନାରେ ପେଟ୍ରୋଲ ପମ୍ପଗୁଡ଼ିକ ଅଧିକ ସମୟ ଖୋଲା ରହିଥାଏ। ତେଣୁ ଗ୍ରାହକଙ୍କ ସୁବିଧା ପାଇଁ ଏହି ବ୍ୟବସ୍ଥା କରାଯାଇଥିଲା। କମ୍ପାନିର କହିବାନୁଯାୟୀ, ଏହି ଛୋଟ ସିଲିଣ୍ଡର ଏବେ ବିଭିନ୍ନ ସ୍ଥାନରେ ସହଜରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର