ଭୁବନେଶ୍ୱର: ରାଜ୍ୟର ନୂଆ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଶିଳ୍ପ ବିଭାଗର ନେତୃତ୍ବ ନେବା ସହ ବିଭାଗ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଖାରବେଳ ଭବନରେ ତାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକର କାମ କିଭଳି ଶୀଘ୍ର ଶେଷ ହେବ ଏବଂ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ତାହା ଉପରେ ଧ୍ୟାନ ଦେବା ଲାଗି ସେ ବିଭାଗର ଅଧିକାରୀମାନଙ୍କୁ କହିଛନ୍ତି।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ବାଇଁ କହିଛନ୍ତି ଯେ ଅର୍ଥନୈତିକ ଅଭିବୃଦ୍ଧି ଓ ବିକାଶ ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ଲାଗି ଶିଳ୍ପାୟନ ଗୁରୁତ୍ବପୂର୍ଣ୍ଣ। ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ଲାଗି ଅନୁକୂଳ ପରିବେଶର ଆବଶ୍ୟକତା ରହିଛି। ତେଣୁ ସମସ୍ତେ ଏକାଠି ହୋଇ କାମ କରିବା ଉପରେ ସେ ଜୋର ଦେଇଛନ୍ତି। ଓଡିଶା ଏକ ଶିଳ୍ପ ଅନୁକୂଳ ରାଜ୍ୟ। ରାଜ୍ୟକୁ ଆହୁରି ଶିଳ୍ପ ସମୃଦ୍ଧ କରି ଶିଳ୍ପାୟନ ପାଇଁ ଆବଶ୍ୟକ ଭିତ୍ତିଭୂମି ସଜାଡିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଧାରିତ ସମୟ ଭିତରେ ପ୍ରକଳ୍ପଗୁଡିକୁ ସାରିବା ସହ ନୂତନ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଉପାଦାନ ପ୍ରସ୍ତୁତ କରିବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି। ଆଗାମୀ ଦିନ ଶିଳ୍ପ ବିଭାଗ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇପିକଲ୍ ଓ ଇଡ୍କୋର ଏମ୍ଡି ଭୂପିନ୍ଦର ସିଂହ ପୁନିଆ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
ଶିଳ୍ପ ବିଭାଗର ସମୀକ୍ଷା କଲେ ନୂଆ ମନ୍ତ୍ରୀ
/sambad/media/post_attachments/wp-content/uploads/2024/06/dgdagdagadagd.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)