ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ୍‌ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ମିଶ୍ରଣ ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଗଠିତ ହୋଇଥିବା ପିଏନ୍‌ବି ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଭାବେ ଅଶ୍ୱିନୀ କୁମାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବ୍ୟାଙ୍କର ଭୁବନେଶ୍ବର ଅଞ୍ଚଳ ଅଧୀନରେ ୫ଟି ମଣ୍ଡଳ କାର୍ଯ୍ୟାଳୟର ୩୭୧ଟି ଶାଖା ରହିବ। ଶ୍ରୀ କୁମାର ପୂର୍ବରୁ ଇ-ଓବିସିର ମୁଖ୍ୟ କାର୍ଯ୍ୟାଳୟର ମହାପ୍ରବନ୍ଧକ ଭାବେ ସିଏଫ୍ଓ ପଦବୀରେ ରହି ବୃହତ୍ କ୍ରେଡିଟ୍ ପୋର୍ଟଫୋଲିଓ ଦାୟିତ୍ୱରେ ଥିଲେ। ୨୦୦୯ରେ ବିସିରେ ସହାୟକ ମହାପ୍ରବନ୍ଧକ ଭାବେ ଯୋଗଦେଇଥିବା ଶ୍ରୀ କୁମାର ହେଉଛନ୍ତି ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌। ଋଣ ଓ ବୈଦେଶିକ ମୁଦ୍ରା ବିନିମୟ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ନିଜର ନୂତତ୍ବ ଦାୟିତ୍ବ ନିର୍ବାହ କରିବା ବେଳେ ଶ୍ରୀ କୁମାର ଏମ୍ଏସ୍‌ଏମ୍‌ଇକୁ ଅଧିକ ଋଣ ଦେବା ଉପରେ ଧ୍ୟାନ ଦେବେ।