ଭୁବନେଶ୍ୱର: ଅଗ୍ରଣୀ ଗହଣା ବ୍ରାଣ୍ଡ୍ ‘ଟିବିଜେଡ୍-ଦି ଅରିଜିନାଲ୍’ର ନୂଆ ଷ୍ଟୋର୍ ସତ୍ୟ ନଗର ଜନପଥରେ ଉଦ୍ଘାଟିତ ହୋଇଯାଇଛି। ଷ୍ଟୋର୍ ଉଦ୍ଘାଟନ ଅବସରରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଗୁରୁ ଅରୁଣା ମହାନ୍ତି ଓ ଫ୍ରାଞ୍ଚାଇଜ ପାର୍ଟନର ଅର୍ପିତା ସାହୁଙ୍କ ଉପସ୍ଥିତ ଥିଲେ। ଏହା ବର୍ତ୍ତମାନ ଯୁବପିଢ଼ିଙ୍କ ପସନ୍ଦ ମୁତାବକ ସୁନା ଓ ହୀରା ବହୁ ଆକର୍ଷଣୀୟ ଡିଜାଇନ ଗ୍ରାହକଙ୍କୁ ଭେଟି ଦେଉଛି। ଷ୍ଟୋର୍ରେ ନିର୍ବନ୍ଧ ମୁଦି, ଚୁଡ଼ି, ନେକ୍ଲେସ୍ ଆଦିର ବ୍ୟାପକ ସମ୍ଭାର ରହିଛି। ଏହାର ବ୍ରାଇଡାଲ୍ ଗହଣା ସମ୍ଭାରରେ ମୁଦି, ଚୁଡ଼ି, କଙ୍ଗନ, ନେକ୍ଲେସ୍ ଆଦି ରହିଛି। ସେଗୁଡ଼ିକୁ ଭାରତୀୟ ଐତିହ୍ୟ ଓ ଆଧୁନିକତାର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି।
ଏହି ଅବସରରେ ସ୍ବତନ୍ତ୍ର ଶୁଭାରମ୍ଭ ଅଫର ଘୋଷଣା କରାଯାଇଛି। ଏହି ବ୍ରାଣ୍ଡ୍ ନିଜର ଉତ୍ତମ ଗୁଣାତ୍ମକମାନ ଓ ଉତ୍କୃଷ୍ଟ କାରିଗରୀ ପାଇଁ ପରିଚିତ। ଦୀର୍ଘ ୧୬୦ ବର୍ଷ ଧରି ଏହା ଗ୍ରାହକଙ୍କ ପ୍ରିୟଭାଜନ ହୋଇପାରିଛି। ମୁମ୍ୱାଇର ଜାଭେରି ବଜାରରୁ ଯାତ୍ରା ଆରମ୍ଭ କରିଥିବା ଟିବିଜେଡ୍-ଦି ଅରିଜିନାଲ୍ର ଏବେ ଦେଶର ବାରଟି ରାଜ୍ୟର ୨୭ଟି ସହରରେ ୩୪ଟି ଷ୍ଟୋର ରହିଛି। କମ୍ପାନିର ସିଏମ୍ଡି ଶ୍ରୀକାନ୍ତ ଜାଭେରୀ ଜଣାଇଛନ୍ତି ଯେ ଭୁବନେଶ୍ବରରେ ଆମ ଷ୍ଟୋର ଗ୍ରାହକମାନଙ୍କୁ ସ୍ୱତନ୍ତ୍ର ସପିଙ୍ଗ ଅଭିଜ୍ଞତା ପ୍ରଦାନ କରିବା ସହିତ ନୂଆ ନୂଆ ପ୍ରକାରର ଅଳଙ୍କାର ଭେଟି ଦେବ। ସାରା ଦେଶରେ ଟିବିଜେଡ୍-ଦି ଅରିଜିନାଲ୍ର ଅନୁଭୂତି ପହଞ୍ଚାଇବା ଲାଗି ରହିଥିବା ଲକ୍ଷ୍ୟ ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି ସେ କହିଛନ୍ତି।