ନୂଆ ପ୍ରଯୁକ୍ତିରେ ସବୁ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ିହେବୁ

ଡ. ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା, କିଟ୍ ଓ କିସ୍

ଲକ୍‌ଡାଉନ୍‌ ସମୟରେ କିଟ୍‌ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ କିଭଳି ଶିକ୍ଷା ଦିଆଯାଉଛି?
ଲକ୍‌ଡାଉନ ପୂର୍ବରୁ ବିଶ୍ୱବିଦ୍ୟାଳୟ ଓ ସ୍କୁଲର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରକୁ ପଠାଇ ଦିଆଯାଇଥିଲା। କିଟ ହେଉଛି ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ଯେଉଁଠାରେ ଲକ ଡାଉନ ହେବା ଦିନଠାରୁ ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ୟାଲେଣ୍ଡର ଅନୁଯାୟୀ ଅନ୍‌ଲାଇନରେ ଶିକ୍ଷା ଦିଆଯାଉଛି। ସମସ୍ତ ପ୍ରଫେସର ଅନ୍‌ଲାଇନରେ କ୍ଲାସ ନେଉଛନ୍ତି। ଅନ୍‌ଲାଇନ କ୍ଲାସ ଆରମ୍ଭ ହେବା ପରେ ପାଠପଢ଼ାରେ ୯୫ରୁ ୯୭ ପ୍ରତିଶତ ଛାତ୍ରଛାତ୍ରୀ ସାମିଲ ହେଉଛନ୍ତି। କିସ୍‌ର ୩୦ ହଜାର ଆଦିବାସୀ ପିଲାଙ୍କ ଶିକ୍ଷାଦାନ କ୍ଷେତ୍ରରେ କି କି ପଦ‌କ୍ଷେପ ନିଆଯାଇଛି?
ଲକ୍‌ଡାଉନ୍‌ ପରଠାରୁ କିସ୍‌ର ଶିକ୍ଷକ ଶିକ୍ଷୟିତ୍ରୀ ହ୍ଵାଟ୍ସଅପ ଗ୍ରୁପ ତିଆରି କରି ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ଯେଉଁଥିରେ ୭୦ରୁ ୭୫% ଛାତ୍ରଛାତ୍ରୀ ଉପକୃତ ହୋଇପାରୁଛନ୍ତି। ବାକି ପିଲାଙ୍କ ମଧ୍ୟରୁ ଅଧିକାଂଶଙ୍କ ପାଖରେ ନେଟୱାର୍କ ସୁବିଧା ନଥିବାରୁ ପାଠପଢ଼ାରେ ସାମାନ୍ୟ ସମସ୍ୟା ଉପୁଜୁଛି। ଆଗାମୀ ଦିନରେ ନୂଆ ପ୍ରଯୁକ୍ତି ପ୍ରୟୋଗ କରି ସବୁ ଛାତ୍ରଛାତ୍ରୀଙ୍କୁ ଯୋଡିବା ଲାଗି ଉଦ୍ୟମ ଜାରି ରହିବ।

କରୋନାର ଭବିଷ୍ୟତକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି?
କରୋନା କେବେ ଯାଏ ରହିବ, କେତେ ଜୀବନ ନେବ ତାହା ବି ଆକଳନ କରିପାରିବା ନାହିଁ। ତେବେ ଲୋକଙ୍କୁ ଧର୍ଯ୍ୟ ରଖିବାକୁ ହେବ। ମହାମାରୀ ଗଲା ପରେ ଆର୍ଥିକ ଅବ୍ୟବସ୍ଥା, ବେରୋଜଗାର, ବ୍ୟବସାୟ ଆଦି କ୍ଷେତ୍ରରେ ପ୍ରଚୁର କ୍ଷତି ସହିବାକୁ ପଡ଼ିବ। ସେତେବେଳେ ଯଦି ଧର୍ଯ୍ୟ ରଖିବୁ, ପରସ୍ପରକୁ ସାହାଯ୍ୟ କରିବୁ, ତାହାହେଲେ ଏ ବିପତ୍ତିରୁ ଉଦ୍ଧାର ପାଇପାରିବୁ।

କିସ୍ ଛାତ୍ରଛାତ୍ରୀ କିଭଳି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି?
ପୂର୍ବତନ ଛାତ୍ରଛାତ୍ରୀ ବିଭିନ୍ନ କ୍ଷେତ୍ରରେ ରହି ନିଜକୁ ଜଣେ ଜଣେ ଯୋଦ୍ଧା ଭାବେ ପ୍ରତିପାଦିତ କରିପାରିଛନ୍ତି। ବର୍ତମାନ ଯେଉଁ ଛାତ୍ରଛାତ୍ରୀ ପଢ଼ୁଛନ୍ତି ସେମାନେ ନିଜ ଘରେ ରହି ଲୋକଙ୍କୁ ସଚେତନ କରୁଛନ୍ତି।

ସମ୍ବନ୍ଧିତ ଖବର