ହାଇୱେ ହୋଣ୍ଡାରେ ନୂଆ ଡବ୍ଲୁଆର୍‌-ଭି

ଭୁବନେଶ୍ବର: ହାଇୱେ ହୋଣ୍ଡାରେ ହୋଣ୍ଡାର ନୂଆ ଡବ୍ଲୁଆର୍‌-ଭିକୁ ଉନ୍ମୋଚନ କରାଯାଇଛି। ଆଦିତ୍ୟ ଗ୍ରୁପ୍‌ର ପରିଚାଳନା ନିର୍ଦେଶକ ଆଦିତ୍ୟ ପାତ୍ର ଓ ସିଇଓ ରାଜୀବ ପଣ୍ଡାଙ୍କ ଦ୍ବାରା ନୂଆ କାର୍‌କୁ ଉନ୍ମୋଚନ କରାଯାଇଛି। ନୂଆ ଡବ୍ଲୁଆର୍‌-ଭିର ଏକ୍ସ ସୋ’ରୁମ୍ ମୂଲ୍ୟ ୮,୬୬,୯୦୦ ଟଙ୍କାରୁ ଆରମ୍ଭ ହୋଇଛି। ହୋଣ୍ଡା ଡବ୍ଲୁଆର୍‌-ଭି ବିଏସ୍‌-୬ ମାନର ଇଞ୍ଜିନ ସହ ଉଭୟ ପେଟ୍ରୋଲ୍ ଓ ଡିଜେଲ୍‌ ଇନ୍ଧନ ବିକଳ୍ପରେ ଉପଲବ୍ଧ ହୋଇଛି। ଏସ୍‌ଭି ଓ ଭିଏକ୍ସ ଭଳି ଦୁଇଟି ଭାରିଆଣ୍ଟ୍ ଓ ପ୍ରିମିୟମ୍‌ ଅମ୍ବର ମେଟାଲିକ୍, ଲୁନାର୍‌ ସିଲ୍‌ଭର୍‌ ମେଟାଲିକ୍, ମଡର୍ଣ୍ଣ ଷ୍ଟିଲ୍ ମେଟାଲିକ୍, ଗୋଲ୍‌ଡେନ୍ ବ୍ରାଉନ୍ ମେଟାଲିକ୍, ରାଡିଆଣ୍ଟ୍‌ ରେଡ୍ ମେଟାଲିକ୍ ଓ ପ୍ଲାଟିନମ୍ ହ୍ବାଇଟ୍‌ ପର୍ଲ ଭଳି ୬ ପ୍ରକାର ରଙ୍ଗରେ ଏହା ଉପଲବ୍ଧ ହେଉଛି। କଂପାନି ପକ୍ଷରୁ ୩ ବର୍ଷ ପାଇଁ ଅସୀମିତ କିଲୋମିଟରର ୱାରେଣ୍ଟି ଦିଆଯାଉଛି। ଏଥିରେ ନୂଆ ‌ୱିଙ୍ଗ୍‌ କ୍ରୋମ୍ ଗ୍ରିଲ୍‌, ଆଧୁନିକ ଏଲ୍‌ଇଡି ପ୍ରୋଜେକ୍ଟର ହେଡ୍‌ଲ୍ୟାମ୍ପ୍, ଏଲ୍‌ଇଡି ସାମ୍ନା ଫଗ୍‌ ଲ୍ୟାମ୍ପ୍, ସାର୍କ ଫିନ୍ ଆଣ୍ଟେନା, ଡୁଆଲ୍‌ ଟୋନ୍ ଡାଇମଣ୍ଡ୍‌ କଟ୍‌ ଆଲଏ ହ୍ବିଲ୍‌, ଡିଜିପ୍ୟାଡ୍‌ ୨.୦ ଓ ପ୍ରିମିୟମ୍ ସିଟ୍‌ ଅପ୍‌ହୋଲ୍‌ଷ୍ଟ୍ରି ଭଳି ଅନେକ ସୁବିଧା ରହିଛି।

ସମ୍ବନ୍ଧିତ ଖବର