ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ନିକଟ ଭବିଷ୍ୟତରେ ସବୁଠୁ ବଡ଼ ପ୍ରତିବନ୍ଧକ ହେବାକୁ ଯାଉଛି ବ୍ୟାଙ୍କଗୁଡ଼ିକର ବୃଦ୍ଧି ପାଉଥିବା ଅନାଦାୟ ଋଣ ବା ଏନପିଏ। ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିକୁ ଏହା ଲକ୍ଷ୍ୟଚ୍ୟୁତ କରିପାରେ। ବ୍ଲୁମବର୍ଗ ପକ୍ଷରୁ ଏଭଳି ଆକଳନ କରାଯାଇଛି। ନିକଟ ଭବିଷ୍ୟତରେ ପ୍ରକାଶ ପାଇବାକୁ ଥିବା ଗୋଟିଏ ପୁସ୍ତକରେ ଉଲ୍ଲେଖ ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଜଣ ପୂର୍ବତନ ଗଭର୍ଣ୍ଣର ଦେଶର ଅସୁସ୍ଥ ବ୍ୟାଙ୍କିଂ ବ୍ୟବସ୍ଥା ଉପରେ ମଧ୍ୟ ଏଭଳି ମତ ରଖିଛନ୍ତି। ଏହି ପୁସ୍ତକର ନାମ ‘ପାଣ୍ଡେମୋନିୟମ: ଦ ଗ୍ରେଟ ଇଣ୍ଡିଆନ୍ ବ୍ୟାଙ୍କିଂ ଟ୍ରାଜେଡି’ ରହିଛି। ସାମ୍ବାଦିକ ତାମଳ ବନ୍ଦ୍ୟୋପାଧ୍ୟାୟଙ୍କ ଦ୍ବାରା ଉକ୍ତ ପୁସ୍ତକ ଲେଖାଯାଇଛି। ବ୍ୟାଙ୍କ ଗୁଡ଼ିକର ଅନାଦାୟ ଋଣଜନିତ ସ୍ଥିତି ବର୍ତ୍ତମାନ ଯାହା ରହିଛି ସେଥିରେ ସୁଧାର ଆଣିବା ପାଇଁ ସରକାରଙ୍କ ନିକଟରେ ସମ୍ବଳ ନାହିଁ। କାରଣ ସରକାର କରୋନା ମହାମାରୀର ମୁକାବିଲା ପାଇଁ ବହୁ ଅର୍ଥ ଖର୍ଚ୍ଚ କରି ସାରିଛନ୍ତି। ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ଗଭର୍ଣ୍ଣର ଥିବା ଡି ସୁବ୍ବାରାଓ ଏହି ପୁସ୍ତକରେ ବ୍ୟାଙ୍କଗୁଡ଼ିକର ଏନପିଏ ସମସ୍ୟାକୁ ବଡ଼ ଏବଂ ବାସ୍ତବ ବୋଲି ଦର୍ଶାଇଛନ୍ତି। ସରକାରଙ୍କର ଆର୍ଥିକ ଅସୁବିଧା ବି ବଡ଼ ଏବଂ ବାସ୍ତବ ବୋଲି ସେ କହିଛନ୍ତି। ସୁବ୍ବାରାଓଙ୍କ ବ୍ୟତୀତ ପୂର୍ବତନ ଗଭର୍ଣ୍ଣର ୱାଇ ଭି ରେଡ୍ଡୀ ଓ ସି ରଙ୍ଗରାଜନଙ୍କ ଉକ୍ତି ଏହି ପୁସ୍ତକରେ ରହିଛି। ଗତ ୩ ବର୍ଷ ମଧ୍ୟରେ ସରକାର ସରକାରୀ ବ୍ୟାଙ୍କଗୁଡ଼ିକୁ ୨.୬ ଲକ୍ଷ କୋଟି ଟଙ୍କା ପ୍ରଦାନ କରିଥିଲେ ମଧ୍ୟ ଏନପିଏ ସ୍ଥିତିରେ ଉନ୍ନତି ଆଣିବାରେ ଏହା ସହାୟକ ହୋଇନାହିଁ।
ଅର୍ଥନୀତିକୁ ଲକ୍ଷ୍ୟଚ୍ୟୁତ କରିପାରେ ଏନ୍ପିଏ
/sambad/media/post_attachments/wp-content/uploads/2019/09/NPA-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)