ନାଗପୁର: ଗୋଗ୍ୟାସ୍ ଦେଶରେ ୨୭୪ଟି ଏଲ୍ପିଜି ପମ୍ପ ସ୍ଥାପନ କରି ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛି। କମ୍ପାନି ୧୩ଟି ନୂଆ ଏଲ୍ପିଜି ଷ୍ଟେସନ ଉଦ୍ଘାଟନ କରି ଏହି ସଫଳତା ହାସଲ କରିଛି। ଘରୋଇ ଅଟୋ ଏଲ୍ପିଜି କମ୍ପାନିଙ୍କ ମଧ୍ୟରେ ଗୋଗ୍ୟାସ ସର୍ବାଗ୍ରେ ରହିଛି। ଗ୍ରାହକଙ୍କୁ ପାରମ୍ପରିକ ଇନ୍ଧନର ଉନ୍ନତ ବିକଳ୍ପ ଯୋଗାଇ ଦେବା କ୍ଷେତ୍ରରେ ଗୋଗ୍ୟାସ୍ ଉଦ୍ୟମ ଜାରି ରଖିଛି। ଏହି ପରିପ୍ରେକ୍ଷୀରେ କନଫିଡେନ୍ସ ପେଟ୍ରୋଲିୟମ ଇଣ୍ଡିଆ ଲିମିଟେଡ୍ର ସିଏମ୍ଡି ନିତିନ ଖାରା କହିଛନ୍ତି ୨୭୪ଟି ଅଟୋ ଏଲ୍ପିଜି ବିତରଣ କେନ୍ଦ୍ର ସ୍ଥାପନ କରି ଆମେ ଗର୍ବ ଅନୁଭବ କରୁଛୁ। ଗ୍ରାହକମାନେ ଆମ ଉପରେ ରଖିଥିବା ଭରସାର ଏହା ଏକ ବଳିଷ୍ଠ ପ୍ରମାଣ। ଦେଶର ଏଲ୍ପିଜି କ୍ଷେତ୍ରରେ ଏକମାତ୍ର ଘରୋଇ ସଂସ୍ଥା ଭାବେ କମ୍ପାନି ଏହି ସଫଳତା ହାସଲ କରିଛି। ଗୋଗ୍ୟାସ୍ର ବ୍ୟାପକ ଅଟୋ ଏଲ୍ପିଜି ବିତରଣ କେନ୍ଦ୍ର ସ୍ଥାପନ ଫଳରେ ଗ୍ରାହକମାନେ ସହଜରେ ସବୁଜ ଇନ୍ଧନ ପାଇପାରିବେ। ସ୍ବଚ୍ଛ ଓ ସବୁଜ ଇନ୍ଧନ କ୍ଷେତ୍ରରେ ଦେଶର ଲକ୍ଷ୍ୟ ହାସଲକୁ ଏହା ସହାୟକ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp