ନୂଆଦିଲ୍ଲୀ: ଜାତୀୟ ପେନସନ ଯୋଜନା (ଏନ୍ପିଏସ୍)ରେ ନିବେଶକଙ୍କ ସଂଖ୍ୟା ବଢ଼ୁଛି। ଲକଡାଉନ୍ ସମୟରେ ଅର୍ଥାତ୍ ଏପ୍ରିଲ-ଜୁନ୍ ତ୍ରୟମାସରେ ଏନ୍ପିଏସ୍ରେ ୧.୦୩ ଲକ୍ଷ ନୂଆ ସଦସ୍ୟ ସାମିଲ ହୋଇଛନ୍ତି। ଫଳରେ ଏନ୍ପିଏସ୍ରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଏହି ଅବଧିରେ ଘରୋଇ କ୍ଷେତ୍ରରେ ପ୍ରାୟ ୧,୦୨,୯୭୫ ଜଣ ବ୍ୟକ୍ତିଗତ ଅଂଶଧାରକ ଏବଂ ୨୦୬ କମ୍ପାନି ଏନ୍ପିଏସ୍ରେ ସାମିଲ ହୋଇଛନ୍ତି। ୧୮ରୁ ୬୫ ବର୍ଷ ବର୍ଗରେ ମୋଟ କର୍ପୋରେଟ୍ ଅଂଶଧାରକଙ୍କ ସଂଖ୍ୟା ୧୦.୧୩ ଲକ୍ଷରେ ପହଞ୍ଚିଛି। କରୋନା ମହାମାରୀ ପରେ ନିଯୁକ୍ତିଦାତାମାନେ ସେମାନଙ୍କ କର୍ମଚାରୀଙ୍କ ଆର୍ଥିକ ସମୃଦ୍ଧି ଦିଗ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। କର୍ପୋରେଟ୍ କର୍ମଚାରୀଙ୍କ କ୍ଷେତ୍ରରେ ଏନ୍ପିଏସ୍ ସଫଳ ସଫଳ ହୋଇଛି। ପୂର୍ବରୁ ଜଣେ ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ଯୋଜନାକୁ ସେତେଟା ଗୁରୁତ୍ବ ଦିଆଯାଉ ନଥିବାବେଳେ ଏବେ ତାହାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ବୋଲି ପେନସନ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫଆରଡିଏ) ଅଧ୍ୟ୪ ସୁପ୍ରତିମ ବନ୍ଦ୍ୟୋପାଧ୍ୟାୟ ଏହି ପରିପ୍ରେକ୍ଷୀରେ କହିଛନ୍ତି।
ଜାତୀୟ ପେନସନ୍ ଯୋଜନାରେ ନିବେଶକଙ୍କ ସଂଖ୍ୟା ବଢ଼ୁଛି
/sambad/media/post_attachments/wp-content/uploads/2019/05/pension.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)