ନୂଆଦିଲ୍ଲୀ: ଶହେ କୋଟିରୁ ଅଧିକ ଟଙ୍କା ଜଡ଼ିତ ଥିବା ବଡ଼ ବ୍ୟାଙ୍କ ଠକେଇ ସଂଖ୍ୟା ହ୍ରାସ ପାଇଛି। ୨୦୨୧-୨୨ରେ ୪୬ ହଜାର କୋଟି ଟଙ୍କାର ଠକେଇ ହୋଇଛି ଯାହା ପୂର୍ବବର୍ଷରେ ହୋଇଥିବା ୧.୦୫ ଲକ୍ଷ କୋଟି ଟଙ୍କାର ଠକେଇ ତୁଳନାରେ ଅଧାରୁ ଅଧିକ କମ୍। ୨୦୨୦-୨୧ରେ ୨୬୫ଟି ବ୍ୟାଙ୍କ ଠକେଇ ହୋଇଥିଲା। ୨୦୨୧-୨୨ରେ ଠକେଇ ସଂଖ୍ୟା ୧୧୮କୁ ହ୍ରାସ ପାଇଛି। ସରକାରୀ ବ୍ୟାଙ୍କଗୁଡ଼ିକରେ ୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଠକେଇ ସଂଖ୍ୟା ୮୦କୁ ହ୍ରାସ ପାଇଛି। ୨୦୨୦-୨୧ରେ ଏଭଳି ୧୬୭ଟି ମାମଲା ସାମ୍ନାକୁ ଆସିଥିଲା। ଘରୋଇ ବ୍ୟାଙ୍କରେ ଏଭଳି ବଡ଼ ଧରଣର ଠକେଇ ସଂଖ୍ୟା ୩୮କୁ ହ୍ରାସ ପାଇଛି ଯାହା ପୂର୍ବବର୍ଷ ୯୮ ଥିଲା। ବଡ଼ ଧରଣର ବ୍ୟାଙ୍କ ଠକେଇ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ବହୁ ପଦକ୍ଷେପ ଗ୍ରହଣ କରିଛି। ଆଗୁଆ ସତର୍କ ସୂଚନା ମିଳିବା ଲାଗି ବ୍ୟବସ୍ଥା କରାଯାଇଥିବା ବେଳେ ବ୍ୟାଙ୍କର ଠକେଇ ପରିଚାଳନା ବ୍ୟବସ୍ଥାକୁ ଦୃଢ଼ କରାଯାଇଛି। ସନ୍ଦେହଜନକ କାରବାର ବିଷୟରେ ଆଗୁଆ ଜାଣିବା ଲାଗି ଡାଟା ଆନାଲିସିସ୍କୁ ବ୍ୟବହାର କରାଯାଇଛି। ଏହା ବ୍ୟତୀତ ବଜାର ଗୁଇନ୍ଦା ୟୁନିଟ୍ ମଧ୍ୟ କାମ କରୁଛି।
ବଡ଼ ବ୍ୟାଙ୍କ ଠକେଇ ସଂଖ୍ୟା ହ୍ରାସ
/sambad/media/post_attachments/wp-content/uploads/2022/02/bank-fraud.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)