ମୋବାଇଲ୍‌ ଗ୍ରାହକ ସଂଖ୍ୟା ଅଢ଼େଇ ଲକ୍ଷ ବଢ଼ିଲା: ପ୍ରତି ୧୦୦ରେ ୭୫ ଜଣଙ୍କ ପାଖରେ ମୋବାଇଲ୍‌

ଭୁବନେଶ୍ବର: ଚଳିତ ବର୍ଷ ମେ’ ମାସରେ ରାଜ୍ୟର ମୋବାଇଲ୍‌ ଗ୍ରାହକ ସଂଖ୍ୟାରେ ପ୍ରାୟ ଅଢ଼େଇ ଲକ୍ଷ ବୃଦ୍ଧି ଘଟିଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଜାରି କରିଥିବା ତଥ୍ୟ ଅନୁଯାୟୀ ଏହି ମାସରେ ମୋବାଇଲ୍ ଗ୍ରାହକ ସଂଖ୍ୟା ୨,୪୯,୬୮୧ ବୃଦ୍ଧି ପାଇ ୩ କୋଟି ୨୮ ଲକ୍ଷ ୨୩ ହଜାର ୧୦୮ରେ ପହଞ୍ଚିଛି। ରିଲାଏନ୍ସ ଜିଓ ୧.୮୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌ ୭୧,୮୯୦ ଓ ବିଏସ୍‌ଏନ୍‌ଏଲ୍‌ ୧୨,୬୬୯ ନୂଆ ଗ୍ରାହକ ଯୋଡ଼ିଛି। କିନ୍ତୁ, ଭୋଡାଫୋନ୍ ଆଇଡିଆ ଏହି ମାସରେ ଏହାର ୨୦,୩୧୯ ପୁରୁଣା ଗ୍ରାହକଙ୍କୁ ହରାଇଛି। ମେ’ ଶେଷ ସୁଦ୍ଧା ରାଜ୍ୟର ଟେଲି ସାନ୍ଧ୍ରତା ୭୫.୦୩%ରେ ପହଞ୍ଚିଛି। ଏହାର ଅର୍ଥ ହେଉଛି ପ୍ରତି ୧୦୦ ଜଣରେ ୭୫ ଜଣଙ୍କ ପାଖରେ ମୋବାଇଲ୍ ସଂଯୋଗ ରହିଛି। ଏବେବି ୨୫ ଜଣ ଲୋକ ମୋବାଇଲ୍‌ ନେଟ୍‌ୱର୍କ ବାହାରେ ରହିଛନ୍ତି। ଟେଲି ସାନ୍ଧ୍ରତାର ଜାତୀୟ ହାର ୮୫.୦୩%ଠାରୁ ଓଡ଼ିଶା ବହୁ ପଛରେ ରହିଛି। ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଆସାମକୁ ବାଦ ଦେଲେ ଅନ୍ୟ ସବୁ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ପଛୁଆ ରହିଛି।

ସମ୍ବନ୍ଧିତ ଖବର