ନୂଆଦିଲ୍ଲୀ: ଭାରତର ଉଦ୍ୟୋଗ ଜଗତରେ ମହିଳାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଭାରତୀୟ କମ୍ପାନି ଗୁଡ଼ିକର ବୋର୍ଡରେ ମହିଳା ସଦସ୍ୟଙ୍କ ସଂଖ୍ୟା ୨୦୨୧ରେ ୧୭.୧ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୧୮ରେ ଏହା ୧୩.୮ ପ୍ରତିଶତ ରହିଥିଲା। ଏଥିସହିତ ଅତିକମ୍ରେ ୪.୭ ପ୍ରତିଶତ ମହିଳା ସିଇଓ ଏବଂ ୩.୯ ପ୍ରତିଶତ ମହିଳା ସିଏଫ୍ଓ ଭାରତୀୟ କମ୍ପାନି ଗୁଡ଼ିକରେ ଏବେ କାର୍ଯ୍ୟ କରୁଛନ୍ତି ବୋଲି ବୋଲି ଡେଲଏଟ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି।
କିନ୍ତୁ ଅଧ୍ୟକ୍ଷ ପଦବିରେ ଅବସ୍ଥାପିତ ମହିଳାଙ୍କ ସଂଖ୍ୟା ହ୍ରାସ ପାଇଛି। ୨୦୨୧ରେ ମାତ୍ର ୩.୬ ପ୍ରତିଶତ ମହିଳା ଅଧ୍ୟକ୍ଷ ପଦରେ ରହିଛନ୍ତି। ୨୦୧୮ରେ ଏହା ୪.୫ ପ୍ରତିଶତ ରହିଥିଲା। ତେବେ ପୂର୍ବରୁ ୨୦୧୬ ଏବଂ ୨୦୧୪ରେ ଏମାନଙ୍କ ସଂଖ୍ୟା ଯଥାକ୍ରମେ ୩.୨ ପ୍ରତିଶତ ଓ ୨.୭ ପ୍ରତିଶତ ରହିଥିଲା। ତେବେ ବୋର୍ଡରେ ମହିଳା ସଦସ୍ୟଙ୍କ ସଂଖ୍ୟା ୨୦୧୪ରେ ୯.୪ ପ୍ରତିଶତ ରହିଥିବାବେଳେ ୨୦୨୧ରେ ଏଥିରେ ୯.୪ ପ୍ରତିଶତ ବୃଦ୍ଧି ଘଟି ୧୭.୧ ପ୍ରତିଶତ ରହିଛି। ବିଶ୍ବରେ ମଧ୍ୟ କମ୍ପାନି ଗୁଡ଼ିକ ବୋର୍ଡରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୯.୭ ପ୍ରତିଶତ ରହିଛି। ୨୦୧୮ ତୁଳନାରେ ଏଥିରେ ୨.୮ ପ୍ରତିଶତ ବୃଦ୍ଧି ଘଟିଛି। ଏହି ହାରରେ ଯଦି ମହିଳାଙ୍କ ସଂଖ୍ୟା ବଢ଼େ ତା’ହେଲେ ପୁରୁଷ ଓ ମହିଳା ସଦସ୍ୟଙ୍କ ସଂଖ୍ୟା ସମାନ ହେବାଲାଗି ଆହୁରି ୨୩ ବର୍ଷ ଅର୍ଥାତ୍ ୨୦୪୫ ମସିହା ହୋଇଯିବ ବୋଲି ରିପୋର୍ଟରେ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ssssssssssssssssssssssss2s22s2ss.jpg)