ରିଲିଫ୍‌ ପାଣ୍ଠିକୁ ଓଡ଼ିଶା ପାନୀୟ ନିଗମ ଦେଲା ୫ କୋଟି

ଭୁବନେଶ୍ବର: କୋଭିଡ୍ ଲଢେଇରେ ନିଜର ଯୋଗଦାନ ଭାବେ ଓଡ଼ିଶା ପାନୀୟ ନିଗମ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ଦାନ କରିଛନ୍ତି। ଲୋକସେବା ଭବନଠାରେ ନିଗମର ଅଧ୍ୟକ୍ଷ ତଥା ଅବକାରୀ ବିଭାଗ ପ୍ରମୁଖ ଶାସନ ସଚିବ ସୁଶିଲ୍ କୁମାର ଲୋହାନୀ ସହାୟତା ରାଶି ବାବଦ ଚେକ୍ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ନିଗମର ପରିଚାଳନା ନିର୍ଦ୍ଦେଶକ ସରୋଜ କୁମାର ସେଠୀ ଉପସ୍ଥିତ ଥିଲେ। ଚଳିତ ବର୍ଷ ଜାନୁଆରୀ ମାସରେ ମଧ୍ୟ ନିଗମ ରାଜ୍ୟ ସରକାରଙ୍କୁ ପ୍ରାୟ ୭.୫୮ କୋଟି ଟଙ୍କା ଲାଭାଂଶ ଦେଇଥିଲା । ଏହାଛଡ଼ା ପାନୀୟ ନିଗମ ମଧ୍ୟ ଅଧୁନିକ ଜୀବନ ସହାୟକକାରୀ ଆମ୍ବୁଲାନ୍ସ୍ ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କୁ ୧.୪୩ କୋଟି ଟଙ୍କା ପ୍ରଦାନ କରିଛି। କୋଭିଡ୍ ମହାମାରୀ ମୁକାବିଲା ନିମନ୍ତେ ନିଗମ ଦିବ୍ୟାଙ୍ଗ ଓ କିନ୍ନରମାନଙ୍କ ମଧ୍ୟରେ ବହୁ ପରିମାଣରେ ମାସ୍କ ଓ ସାନିଟାଇଜର ବଣ୍ଟନ କରିଛି।

ସମ୍ବନ୍ଧିତ ଖବର