କନିଷ୍ଠ କର୍ମଚାରୀଙ୍କ ଉପରେ ବିରକ୍ତ ହୋଇଥିବା ଅଧିକାରୀ ନିଲମ୍ବିତ

ନୂଆଦିଲ୍ଲୀ : ଟାର୍ଗେଟ୍‌ ପୂରଣ କରିପାରିନଥିବା କନିଷ୍ଠ କର୍ମଚାରୀଙ୍କ ଉପରେ ବିରକ୍ତ ହେବା ଓ ଅଶୋଭନୀୟ ବ୍ୟବହାର ପ୍ରଦର୍ଶନ କରିବା ଜଣେ ବରିଷ୍ଠ ଅଧିକାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କରେ ସେହି ଘଟଣା ଘଟିଛି। ଭର୍ଚୁଆଲ ମାଧ୍ୟମରେ ‌ହୋଇଥିବା ଏକ ବୈଠକରେ ଟାର୍ଗେଟ୍‌ ପୂରଣ କରିପାରିଥିବା କନିଷ୍ଠ କର୍ମଚାରୀଙ୍କ ଉପରେ ଜଣେ ଅଧିକାରୀ ପ୍ରବଳ ବିରକ୍ତ ହେଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।

ସମ୍ବନ୍ଧିତ ଖବର