ନୂଆଦିଲ୍ଲୀ: ଶ୍ରମକୁ ନେଇ ଗଠିତ ଏକ ସଂସଦୀୟ କମିଟି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ୧୦ ଲକ୍ଷ କୋଟି ଟଙ୍କାର ପାଣ୍ଠିକୁ ଯାଞ୍ଚ କରିବ। ବର୍ଷକ ଭିତରେ ପ୍ରଥମ ଥର ଲାଗି କୌଣସି ସଂସଦୀୟ କମିଟି ଇପିଏଫ୍ଓର ଯାଞ୍ଚ କରିବାକୁ ଯାଉଛି। ଚଳିତ ମାସ ୨୧ରେ ଏହି ବୈଠକ ଅନୁଷ୍ଠିତ ହେବ। ଇପିଏଫ୍ଓର ବିଭିନ୍ନ ଦିଗକୁ ଏଥିରେ ଯାଞ୍ଚ କରାଯିବ। କମିଟିର ସଦସ୍ୟମାନେ ଇପିଏଫ୍ ଓ ପେନ୍ସନ୍ ସ୍କିମ୍କୁ ନେଇ ପ୍ରଶ୍ନ କରିବେ। ବିଶେଷ କରି ସର୍ବନିମ୍ନ ପେନ୍ସନ୍ ରାଶି ବଢ଼ାଇବା ଏବଂ ସଦସ୍ୟଙ୍କ ମୃତ୍ୟୁ ଭଳି ସ୍ଥିତିରେ ତାଙ୍କ ପରିବାର ଯେଭଳି ସୁବିଧାରେ ପାଣ୍ଠି ପାଇବେ ତାହା ନିଶ୍ଚିତ କରିବା ଲାଗି ବୈଠକରେ ଜୋର ଦିଆଯିବ। ସର୍ବନିମ୍ନ ମାସିକ ପେନ୍ସନ୍ ରାଶିକୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଅନେକ ଶ୍ରମିକ ସଂଗଠନ ଓ ଶ୍ରମ ସଂସ୍ଥାଗୁଡ଼ିକ ଦାବି କରୁଛନ୍ତି।
ଇପିଏଫ୍ଓ ପାଣ୍ଠିର ଯାଞ୍ଚ କରିବ ସଂସଦୀୟ କମିଟି
/sambad/media/post_attachments/wp-content/uploads/2020/06/EPFO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)