ପିଏମ୍‌ କେୟାର୍ସ ଫଣ୍ଡର ଅଡିଟ୍ କରିବ ସାର୍କ ଆଣ୍ଡ ଆସୋସିଏଟ୍ସ

ନୂଆଦିଲ୍ଲୀ: ପିଏମ୍ କେୟାର୍ସ ବା ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍ ଇନ୍ ଏମର୍ଜେନ୍ସି ସିଚ୍ୟୁଏସନ୍ସର ଅଡିଟ୍ ପାଇଁ ଶେଷରେ କେନ୍ଦ୍ର ସରକାର ଦିଲ୍ଲୀର ସାର୍କ ଆଣ୍ଡ ଆସୋସିଏଟ୍ସ ନାମକ ଏକ ଚାର୍ଟାର୍ଡ ଆକାଉଣ୍ଟାନ୍ସି ଫାର୍ମକୁ ନିଯୁକ୍ତି ଦେଇଛନ୍ତି। ଉକ୍ତ ସଂସ୍ଥାକୁ ୩ ବର୍ଷ ପାଇଁ ଅଡିଟ୍ କରିବା ଦାୟିତ୍ବ ଦିଆଯାଇଛି। କରୋନା ମହାମାରୀ ବେଳେ ପାଣ୍ଠି ସଂଗ୍ରହ ପାଇଁ ସରକାର ପିଏମ୍ କେୟାର୍ସ ଫଣ୍ଡ ଗଠନ କରିଥିଲେ। ତେବେ ଦେଶରେ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠି ଥିବାବେଳେ ଏଭଳି ପାଣ୍ଠି ଗଠନକୁ ବିରୋଧୀ ତୀବ୍ର ସମାଲୋଚନା କରିଥିଲେ। ପିଏମ୍ କେୟାର୍ସ ପାଣ୍ଠିରୁ କରୋନା ମହାମାରୀ ବେଳେ ରିଲିଫ୍ କାର୍ଯ୍ୟ ପାଇଁ ବିନିଯୋଗ ହେଉଛି। ଏହି ପାଣ୍ଠିକୁ ଅର୍ଥଦାନ କରିଲେ ଏହାକୁ ଆୟକରରୁ ଛାଡ଼ କରାଯାଇଛି। ସେହିଭଳି କମ୍ପାନି ଗୁଡ଼ିକ ସେମାନଙ୍କ ଲାଭରୁ ଏହି ପାଣ୍ଠିକୁ ଅର୍ଥ ପ୍ରଦାନ କରୁଥିବା ଅର୍ଥକୁ କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ ଖର୍ଚ୍ଚ ଭାବେ ବିବେଚନା କରାଯାଉଛି।

ସମ୍ବନ୍ଧିତ ଖବର