ଖାଇବା ତେଲ ଦାମ୍‌ରେ ୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ

ନୂଆଦିଲ୍ଲୀ: ଖାଇବା ତେଲ ଦାମ୍‌କୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି କେନ୍ଦ୍ର ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ପ୍ରଭାବ ସ୍ପଷ୍ଟ ପ୍ରତିଫଳିତ ହୋଇଛି। ଦେଶର ପ୍ରମୁଖ ଖାଇବା ତେଲ ବିକ୍ରେତାମାନେ ସେମାନଙ୍କ ଉତ୍ପାଦ ମୂଲ୍ୟରେ ୧୦-୧୫ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ବୋଲି ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ସୋରିଷ ତେଲ, ‌େସାୟାବିନ ଅଏଲ, ପାମ୍ ଅଏଲ ଆଦିର ଦାମ୍ ହ୍ରାସ ପାଇଛି। ବାଦାମ ତେଲ ଦାମ୍ ମଧ୍ୟ କମିଛି। କେବଳ ଖାଇବା ତେଲ ନୁହେଁ ଗହମ ଓ ଅଟା ଦାମ୍‌ ମଧ୍ୟରେ ହ୍ରାସ ପାଇଛି ବୋଲି ସେ ସୂଚନା ଦେଇଛନ୍ତି ଯାହା ଗ୍ରାହକଙ୍କ ପାଇଁ ଆଶ୍ବସ୍ତିର ବିଷୟ।

ସମ୍ବନ୍ଧିତ ଖବର