ନୂଆଦିଲ୍ଲୀ: ଆମେରିକା ଓ ୟୁରୋପରେ ଦେଖାଦେଇଥିବା ବ୍ୟାଙ୍କ ସଙ୍କଟ ପ୍ରଭାବରେ ଭାରତରେ ସୁନା ମହଙ୍ଗା ହେବାରେ ଲାଗିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ରେ ସୁନାର ୧୦ ଗ୍ରାମ ପିଛା ଦାମ୍ ୬୦ ହଜାର ଟଙ୍କାରୁ ଅଧିକ ହୋଇଛି। ଏପ୍ରିଲ୍ରେ ପଠାଯିବାକୁ ଥିବା ସୁନାର ଦାମ୍ ୯୭୬ ଟଙ୍କା ବୃଦ୍ଧି ପାଇ ୬୦,୩୫୯ ଟଙ୍କା ହୋଇଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୦୨୦ ଡଲାରକୁ ବୃଦ୍ଧି ପାଇଛି। କିଛି ଦିନ ଭିତରେ ସୁନା ମୂଲ୍ୟ ୬୨ ହଜାର ଟଙ୍କା ହୋଇଯିବ ବୋଲି ଆକଳନ କରାଯାଇଛି। ଭାରତରେ ରୁପା ଦାମ୍ ମଧ୍ୟ କେଜି ପିଛା ୭୨୧ ଟଙ୍କା ବୃଦ୍ଧି ପାଇ ୬୯,୨୨୨ ଟଙ୍କା ହୋଇଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୨୨-୨୩ ଡଲାର ମଧ୍ୟରେ ରହିଛି। କିଛି ଦିନ ଭିତରେ ଦେଶରେ ରୁପା ଦାମ୍ ୭୧ ହଜାର ଟଙ୍କାରୁ ଅଧିକ ହୋଇଯିବ।
ସୁନା ଦାମ୍ ୬୦ ହଜାର ଟପିଲା
/sambad/media/post_attachments/wp-content/uploads/2023/01/gold_prices_1664861697952_1664861698154_1664861698154.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)