ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌ ପୁଣି ୮୦ ପଇସା ବଢ଼ିଲା

ଭୁବନେଶ୍ବର: ତେଲ କଂପାନିଗୁଡ଼ିକ ଆସନ୍ତାକାଲି (ଗୁରୁବାର) ପାଇଁ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍‌ରେ ପୁଣି ୮୦ ପଇସା ବୃଦ୍ଧି କରିଛନ୍ତି। ଭୁବନେଶ୍ବରରେ ପେଟ୍ରୋଲ୍‌ ଦାମ୍ ୮୬ ପଇସା ବୃଦ୍ଧି ପାଇ ୧୦୮ ଟଙ୍କା ୬୫ ପଇସା ହୋଇଛି। ସେହିପରି ଡିଜେଲ୍ ଦାମ୍ ୮୫ ପଇସା ବୃଦ୍ଧି ପାଇ ୯୮ ଟଙ୍କା ୪୨ ପଇସା ହୋଇଛି। କିଛି ଦିନ ପୂର୍ବେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ତେଲ ଦାମ୍ ଦୀର୍ଘ ୪ ମାସ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିଲା। ନିର୍ବାଚନ ଫଳ ପ୍ରକାଶ ପାଇବା ସହ ସରକାର ଗଠନ ହୋଇଯିବା ପରେ ଗତ ୨୨ ତାରିଖରୁ କମ୍ପାନି ଗୁଡ଼ିକ‌ ତେଲ ଦର ବଢ଼ାଇ ଚାଲିଛନ୍ତି। ୨୨ ତାରିଖରୁ ୩୦ ତାରିଖ ମଧ୍ୟରେ ୨୪ ତାରିଖକୁ ଛାଡ଼ିଦେଲେ ଅନ୍ୟ ସବୁଦିନ ଦର ବଢ଼ାଇଛନ୍ତି। ଗତ ୯ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୫ ଟଙ୍କା ୯୮ ପଇସା ଏବଂ ଡିଜେଲ ୫ ଟଙ୍କା ୯୫ ପଇସା ବଢ଼ିଯାଇଛି। ଆଜି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ୍ ୧୧୩ ଡଲାର ପାଖାପାଖି ରହିଛି।

ସମ୍ବନ୍ଧିତ ଖବର