ମୃଦୁ ପାନୀୟ ଦାମ୍ କମିଲା

ମୁମ୍ବାଇ : ରିଲାଏନ୍ସ ରିଟେଲ୍‌ ୫୦ ବର୍ଷର ପୁରୁଣା ବ୍ରାଣ୍ଡ୍‌ କାମ୍ପା କୋଲାକୁ ପୁଣି ଥରେ ବଜାରରେ ଉପସ୍ଥାପନ କରିବା ପରେ ମୃଦୁ ପାନୀୟ ଦାମ୍ ହ୍ରାସ ପାଇଛି। କେତେକ ରାଜ୍ୟରେ କୋକାକୋଲା ଏହାର କିଛି ସାମଗ୍ରୀ ଦାମ୍ କମ୍ କରିଛି। ‌ଗ୍ରୀଷ୍ଣ ପ୍ରବାହ ଅଧିକ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଥିବା ବେଳେ ନିଜ ବଜାର ଭାଗକୁ ହରାଇବାକୁ ଚାହୁନଥିବା କୋକାକୋଲା ତେଲେଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରେ କିଛି ସାମଗ୍ରୀର ଦାମ୍ କମ୍ କରିଛି। ତେବେ ପେପ୍‌ସି ଏହାର କୌଣସି ଉତ୍ପାଦର ଦାମ୍ କମ୍ କରିନାହିଁ। ଚଳିତ ବର୍ଷ ଖରାଦିନେ ପେପ୍‌ସି ଓ କୋକାକୋଲାକୁ କାମ୍ପା କୋଲା କଡ଼ା ଟକର୍‌ ଦେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର