ନୂଆଦିଲ୍ଲୀ: ଭାରତରେ ଏକ ନୂଆ ମାଇକ୍ରୋ ଏଲ୍ଇଡି ଟିଭିର ବଜାର ପ୍ରବେଶ କରାଯାଇଛି, ଯାହାର ମୂଲ୍ୟ ଏକ ୨-୩ ବିଏଚ୍କେ ଫ୍ଲାଟ୍ ଦାମ୍ଠାରୁ ଅଧିକ। ସାମସଙ୍ଗ୍ ପକ୍ଷରୁ ୧୧୦ ଇଞ୍ଚ୍ର ଏକ ସ୍ମାର୍ଟ ଟିଭି ବଜାରକୁ ଛଡ଼ାଯାଇଛି। ଏହାର ଦାମ୍ ହେଉଛି ୧ କୋଟି ୧୪ ଲକ୍ଷ ୯୯ ହଜାର ଟଙ୍କା। ବିଳାସପୂର୍ଣ୍ଣ ଇଣ୍ଟେରିୟର ପସନ୍ଦ କରୁଥିବା ଗ୍ରାହକମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କଂପାନି ଏହି ସ୍ମାର୍ଟ ଟିଭି ବିକଶିତ କରିଛି।
ଏଥିରେ ଲାଗିଛି ୨୪.୮ ନିୟୁତ ମାଇକ୍ରୋମିଟର ଆକାରର ଅତି ଛୋଟ ଏଲଇଡି। ପ୍ରତିଟି ଏଲ୍ଇଡି ନିଜସ୍ବ ଆଲୋକ ଓ ରଙ୍ଗ ସୃଷ୍ଟି କରୁଥିବାରୁ ଟିଭିରେ ଆସୁଥିବା ଛବି ବେଶ ଜୀବନ୍ତ ମନେ ହେଉଛି। ଯେହେତୁ ଏଥିରେ ବିଶେଷ ଡିଜାଇନ୍ ବ୍ୟବହାର କରାଯାଇନାହିଁ, ତେଣୁ ତାହାକୁ ଯେକୌଣସି ପ୍ରକାର ଇଣ୍ଟେରିୟରରେ ଅତି ସହଜରେ ବ୍ୟବହାର କରାଯାଇପାରିବ।